ଓଡ଼ିଶା

ଯୋଡାରେ ଶ୍ରମଜୀବୀ ସଚେତନ ଶିବିର

ଯୋଡା- ତା ୧୨/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବିଜୁ ଶ୍ରମିକ ସାମୁକ୍ଷ ପକ୍ଷରୁ ଯୋଡା ପୌରପାଳିକା ଅନ୍ତର୍ଗତ ଗଣେଷ ଭବନ ଠାରେ ଶୁକ୍ରବାର ଦିନ ଏକ ଶ୍ରମଜୀବୀ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରଟିରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝରର ପୂର୍ବତନ ସାଂସଦ ଜୟବନ୍ତ ନାରାୟଣ ସିଂ ଲାଗୁରୀ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜୁ ଶ୍ରମିକ ସାମୁକ୍ଷର ସଂଯୋଜକ ସତ୍ୟନାରାୟଣ ପଣ୍ଡା, ଯୋଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୁରୁଧାରୀ ନାଏକ, ଯୋଡା ବ୍ଲକର ବିଜୁ ଶ୍ରମିକ ସାମୁକ୍ଷର ଯୁଗ୍ମ ଆବାହକ ବିର ନାଏକ, ଯୋଡା ପୌରାଞ୍ଚଳର ଶ୍ରମିକ ସାମୁକ୍ଷର ଯୁଗ୍ମ ଆବାହକ ହୃଷିକେଶ ଜେନା ପ୍ରମୁଖ ଯୋଗଦେଇଥିଲେ । ସାଂସଦ ପ୍ରତିନିଧି ନିରଞ୍ଜନ ବହିଦାର, ଜିଲ୍ଲା ଯୁବ ସଧାରଣ ସମ୍ପାଦକ ସୁଶାନ୍ତ କୁମାର ବାରିକ ପ୍ରମୁଖ ଶିବିରଟିକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମଟିରେ ଯୋଡା ପୌରାଞ୍ଚଳର ବିଭିନ୍ନ ହଟିଂ, ବସ୍ତିରେ ରହୁଥିବା ଅଂଶଗଠିତ ଶ୍ରମିକମାନଙ୍କୁ ଶ୍ରମିକ ପରିଚୟପତ୍ର ଯୋଗାଇଦେବା ପାଇଁ ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା । ଯୋଡା ପୌରାଞ୍ଚଳର ଅଶଙ୍ଗଠିତ ଶ୍ରମିକ ଓ ନିର୍ମାଣ ଶ୍ରମିକ ଏକାଠି ହୋଇ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଏହି ଶିବିରଟିରେ ଯୋଡା ପୌରାଞ୍ଚଳର ୧୪ଟି ୱାର୍ଡରେ କାର୍ଯ୍ୟରତ ଶତାଧିକ ଶ୍ରମିକ ଯୋଗଦେଇଥିଲେ । ଯାଡା ବିଜେଡି ନଗର ସଭାପତି ତଥା ୩ନଂ ୱାର୍ଡ କାଉନସିଲର ଜିତେନ୍ଦ୍ର ଜୟସ୍ୱାଲ, ଯୋଡା ବିଜେଡି ନଗର ସମ୍ପାଦକ ଦୀପକ କୁମାର ଶତପଥି, ଯୁବ ବିଜେଡି ସଭାପତି ମାନସ ଦାସ ତଥା ଅନ୍ୟ ବିଜେଡି ନେତୃବୃନ୍ଦଙ୍କୁ ଦେଖିବାକୁ ମିଳିନଥିଲା । ତଥାପି ଏହି ଶିବିରଟି ଅତ୍ୟନ୍ତ ସଫଳତାର ସହ ସମାହିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top