ଯୋଡାରେ ଯାନବାହାନ ଯାଞ୍ଚ

ଯୋଡା- ତା ୧୧/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ସଡକ ସୁରକ୍ଷାକୁ ଦୃଷ୍ଟିରେ ରଖି ଯୋଡା ଏବଂ ବାମେବାରୀ ଥାନା ଅଞ୍ଚଳରେ ଦୁଇ ଚକିଆ ଏବଂ ୪ ଚକିଆ ଯାନର ବ୍ୟାପକ ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି। ବିନା ହେଲମେଟରେ ମୋଟରସାଇକେଲ ଚାଳନା, ଦୃତଗତିରେ ମୋଟରସାଇକେଲ ଚାଳନା, ମୋଟରସାଇକେଲରେ ୨ରୁ ଅଧିକ ଆରୋହୀ ବସିବା ନେଇ ଯାଞ୍ଚ ଯାରି ରହିଛି। ସେହିପରି ୪ ଚକିଆ ଯାନରେ ବେଲ୍ଟ ନଲଗାଇ ଗାଡି ଚଳାଇବା, ମୋବାଇଲରେ କଥା ହୋଇ କିମ୍ବା ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡି ଚାଳନା ନେଇ ଯାଞ୍ଚ କରାଯାଉଛି। ଏହି ଯାଞ୍ଚ ଏକ ସଙ୍ଗେ ଯୋଡା ଏବଂ ବାମେବାରୀରେ କରାଯାଉଥିବା ବେଳେ ମଙ୍ଗଳବାର ଦିନ ଏହି ଯାଞ୍ଚରେ ଯୋଡା ପୁଲିସ ପ୍ରାୟ ୧୨ ହଜାରରୁ ଉର୍ଦ୍ଧ ଟଙ୍କା ଓ ବାମେବାରୀ ପୁଲିସ ୧୦ ହଜାରରୁ ଉର୍ଦ୍ଧ ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି। ବୁଧୁବାର ଦିନ ମଧ୍ୟ ଏହି ଯାଞ୍ଚ କଡା କଡି ଭାବେ ଶହରର ବିଭିନ୍ନ ସ୍ଥାନରେ ଚାଲୁରହିଛି।

Leave a Reply

Your email address will not be published. Required fields are marked *