ଯୋଡାରେ ବିଶ୍ୱ ଆଦିବାସୀ ଦିବସ ଧୁମଧାମରେ ପାଳିତ

ଯୋଡା – ୦୯/୮ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଅଗଷ୍ଟ ୯କୁ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଉଛି। ଏହି ଅବସରରେ ଅଖିଳ ଭାରତୀୟ ଆଦିବାସୀ ମହାସଭା ବଡବିଲ ଶାଖା ଓ ଆଦିବାସୀ ମୂଳ ନିବାସୀ ଯୁଗ୍ମ କମିଟିର ମିଳିତ ଆନୁକୂଲ୍ୟରେ ଗୁରୁବାର ଦିନ ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତର ଶିଆଳିଯୋଡା ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆ ଠାରେ ବିଶ୍ୱ ଆଦିବାସୀ ମହାସମ୍ମିଳନୀ ମହାଆଡମ୍ବର ସହାକାରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଲେଇପଦାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସଭା ସ୍ଥଳରେ ପହଞ୍ଚିଥିଲା। ଅଖିଳ ଭାରତୀୟ ବିଶ୍ୱ ଆଦିବାସୀ ମହାସଂଘର କେନ୍ଦ୍ର ଆୟୋଜକ ଲୁଗୁନ ହାଦସାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଝାରଖଣ୍ଡର ପୂର୍ବତନ ମୁ୍ରଖ୍ୟମନ୍ତ୍ରୀ ମଧୁକୋଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶ୍ୱ ଆଦିବାସୀ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶ୍ୱର ବିଭିନ୍ନ ଦେଶରେ ବସବାସ କରୁଥିବା ଆଦିବାସୀ ସମାଜ ନିଜର ପାରମ୍ପରିକ ରୁଢି ପ୍ରଥା ଓ ପ୍ରଶାସନୀକ ବ୍ୟବସ୍ଥା ବଜାୟ ରଖିବା ସତ୍ୱେ ସରକାରୀ ଉପେକ୍ଷା କାରଣରୁ ଦାରିଦ୍ର, ଅଶିକ୍ଷା, ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା, ସଂସ୍କୃତି, ବେକାରୀ ସମସ୍ୟା ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଅନୁସୁଚୀତ ଜନଜାତି ସମ୍ପ୍ରଦାୟର ଏହି ସମସ୍ୟାର ନିରାକରଣ ନିମନ୍ତେ ୧୯୯୪ ମସିହାରେ ସଂଯୁକ୍ତ ରାଷ୍ଟ୍ର ସଂଘ ଆଗଷ୍ଟ ୯ ବିଶ୍ୱ ଆଦିବାସୀ ଦିବସ ରୂପେ ପାଳନ କରିଆସୁଥିବା ମୁଖ୍ୟ ଅତିଥି ଶ୍ରୀ କୋଡା ଏହି ସମ୍ମିଳନୀରେ ପ୍ରକାଶ କରିଥିଲେ। ଏହି ପରିପେକ୍ଷୀରେ ଅଖିଳ ଭାରତୀୟ ଆଦିବାସୀ ମହାସଭା ବଡବିଲ ଶାଖା ପକ୍ଷରୁ ଯୋଡାସ୍ଥିତ କେନ୍ଦ୍ରୀୟ ଖେଳପଡିଆ ଠାରେ ଏହି ଜିଲ୍ଲା ସମ୍ମିଳନୀ କ୍ରମାଗତ ଭାବେ ପାଳିତ ହୋଇଆସୁଥିଲା। ବିଶ୍ୱର ଏହି ମୂଳ ଆଦିବାସୀଙ୍କ ସାମଗ୍ରୀକ ଉନ୍ନତି ନିମେନ୍ତେ ପ୍ରଶାସନ ପକ୍ଷରୁ ଯେଉଁ ତପ୍ତରତା ପ୍ରକାଶ ପାଇବା କତା ତାହା ଦେଖାଦେଉନଥିବା ନେଇ ଅତିଥିମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ସଭାରେ ଝାଡଖଣ୍ଡର ଡେପୁଟି କଲେକ୍ଟର ଗୁଗୁଲ ଲୁଗୁନ, ପୂର୍ବତନ ଚମ୍ପୁଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ମୋତିଲାଲ ଲାଗୁରୀ, ବିଜେପି କର୍ମକର୍ତ୍ତା ଶ୍ରୀମନ୍ତ ତ୍ରିପାଠୀ, ଜଗନ୍ନାଥ ହାଦସା, ସୁଦର୍ଶନ ଲୋହାର, ସୁନିଆ ମୁଣ୍ଡା, ଲକ୍ଷଣ ବାଙ୍କିରା, ରାଜୁ ଖୁଣ୍ଟିଆ, ଯୋଡା ୱାର୍ଡ ନଂ-୨ର କାଉନସିଲର ଶ୍ରୀକାନ୍ତ ସାମନ୍ତ, ଜୁରୁଡି ସରପଞ୍ଚସୁଜାତା ହେମ୍ବ୍ରମ, ଜଲହରି ପଞ୍ଚାୟତର ନୀତା ମୁଣ୍ଡା, ଗୁରୁବକ୍ସ ସିଂ ଆଲୁୱାଲିଆ ପ୍ରମୁଖ ଏହି ସମ୍ମିଳନୀରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଧନୁର୍ଜନ କୁର୍ଲି ଓ ଚିନିଆ ସଏଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସଭାରେ ରଘୁ ମୁଣ୍ଡା, ପାଣ୍ଡ୍ୟା ମୁଣ୍ଡା, ଜତିନ ମୁଣ୍ଡା, ରମେଶ ଲାଗୁରୀ ପ୍ରମୁଖ ପରିଚାଳନା କରିଥିଲେ। ସଭାକାର୍ଯ୍ୟ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଆଦିବାସୀ ନୃତ୍ୟ ସହିତ ବିଭିନ୍ନ ପାରମ୍ପରିକ ବାଦ୍ୟ ଏବଂ ସଂଗୀତ ପରିବେଷଣ କରାଯାଇଥିଲା। ଏହି ସମ୍ମିଳନୀରେ ଯୋଡା, ବଡବିଲ, ଜୁରୁଡି, କାଳିମାଟି, ବଲାଣୀ, ତମ୍ପୁଆ, ଗୁଆଲି, ଝୁମ୍ପୁରା, ଭୋଳବେଡା, ଠାକୁରାଣୀ, ରଇଡା, ହରିଚନ୍ଦନପୁର, ତେଲକୋଇ ଏବଂ ପଡୋଶୀ ଝାରଖଣ୍ଡ ରାଜ୍ୟ ର ଚାଇବାସା ଓ ଜଗନ୍ନାଥପୁର ଅଞ୍ଚଳରୁ ପ୍ରାୟ ୨ହଜାରରୁ ଉର୍ଦ୍ଧ ଆଧିବାସୀ ସମ୍ପ୍ରଦାୟ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *