ଯୋଡାରେ କନ୍ୟା ଜନ୍ମ ଏକ ଅଭିଶାପ ପାଲଟିଛି; ନବଜାତ ଶିଶୁ କନ୍ୟାକୁ ଛାଡି ମା ଚମ୍ପଟ

ଯୋଡା- ତା ୦୬/୦୬ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକା ଅନ୍ତର୍ଗତ ଆଜଦବସ୍ତି ଠାରେ ଏକ ନବଜାତ ଶିଶୁ କନ୍ୟାକୁ କେହି ଜଣେ ମହିଳା ଅନ୍ୟ ଜଣଙ୍କ ପିଣ୍ଡାରେ ଶୁଆଇଦେଇ ଚମ୍ପଟ ମାରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନବଜାତ ଶିଶୁଟି ୯-୧୦ ଦିନର ହେବ ବୋଲି ଜଣାପଡିଛି। ଶିଶୁଟି ଆଜାଦବସ୍ତିର ଓମା ମୁଣ୍ଡା ନାମକ ଜଣେ ମହିଳାଙ୍କ ଘର ପିଣ୍ଡାରେ ଏକ ଶାଢି ଉପରେ ଶୋଇ ବିକଳରେ କାନ୍ଧୁଥିବା ବେଳେ ଓମା ଘରୁ ବାହାରି ତାକୁ ଦେଖିଥିଲେ। କିଛି ସମୟ ଅପେକ୍ଷା କରିବା ପରେ ଆଖପାଖରେ କାହାରିକୁ ଦେଖିବାକୁ ପାଇନଥିଲେ ଫଳରେ ସେ ଶିଶୁଟିକୁ କେହି ତାଙ୍କ ପିଣ୍ଡାରେ ଶୁଆଇଦେଇ ଚମ୍ପଟ ମାରିଥିବା ନିଶ୍ଚିତ ହୋଇଥିଲେ। ତେବେ ଓମା ମୁଣ୍ଡା ବିବାହିତ ଏବଂ ତାଙ୍କର ତିନୋଟି ପୁତ୍ର ସନ୍ତାନ ଥିବା ସେ କହିଛନ୍ତି। ତେବେ ଗୋଟିଏ କନ୍ୟା ସନ୍ତାନ ପାଇଁ ଓଭୟ ଦମ୍ପତି ଚାହିଁଥିବା ବେଳେ ଇଶ୍ୱର ଏହି ଶିଶୁ କନ୍ୟାଟିକୁ ତାଙ୍କ ପାଖକୁ ପଠେଇଛନ୍ତି ବୋଲି ସେ ଖୁସିରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ତେବେ ଶିଶୁ କନ୍ୟାଟି ଓମାଙ୍କର ସ୍ନେହ ଶ୍ରଦ୍ଧା ପାଇଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଏହାରି ଭିତରେ ୫ଦିନ ବିତିଯାଇଥିଲେ ମଧ୍ୟ କେହି ଶିଶୁ କନ୍ୟାଟିର ଦାବିଦାର ମିଳିନାହାନ୍ତି।

Leave a Reply

Your email address will not be published. Required fields are marked *