ଯୋଡାରେ ଆଜୀବିକା ଓ କୌଶଳ ବିକାଶ ମେଳା ଅନୁଷ୍ଠିତ

ଯୋଡା- ତା ୫/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ)ଯୋଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଶନିବାର ପୂର୍ବାହ୍ନରେ ଏକ ଆଜୀବିକା ଏବଂ କୌଶଳ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁରେଶ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇଥିବା ବେଳେ ଯୋଡା ପଞ୍ଚାୟତ ସମିତିର ଉପସଭାପତି ବିଶ୍ୱଜିତ୍ ନାଏକ ଏବଂ ସାମ୍ବାଦିକ ପ୍ରଫୁଲ୍ଲ କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଡାଟା ପ୍ରୋ ସଂସ୍ଥା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋର ପାତ୍ର ଏବଂ ଅପରାଜିତା ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଦିବ୍ୟଜ୍ୟୋତି ମହାନ୍ତି ଏବଂ ସୁଭେନ୍ଦୁ ପାତ୍ର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ଯେକୌଣସି ବ୍ୟକ୍ତି ରୋଜଗାରକ୍ଷମ ହେବା ପାଇଁ ଏଥିରେ ତାଲିମ ନେଇପାରିବେ ବୋଲି ସଂଯୋଜକ ଗଣମାଧ୍ୟମକୁ ଜଣାଇଥିଲେ । ଏହି ବୈଠକ ଦ୍ୱାରା ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ମୋବାଇଲ ମରାମତି, ଡି.ଟି.ପି. , ହାର୍ଡୱେୟାର, ନେଟୱାର୍କିଂ, ବିୟୁଟି ପାର୍ଲର ଏବଂ ଟେଲରିଙ୍ଗ ସମ୍ବନ୍ଧରେ ୩ମାସ ତାଲିମ ଦିଆଯାଇ ସେମାନଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ଦିଆଯାଇପାରିବ । କିମ୍ବା ସେମାନଙ୍କୁ ସରକାରୀ ମୁଦ୍ରା ଲୋନ ମାଧ୍ୟମରେ ସ୍ୱାବଲମ୍ବି କରାଯାଇପାରିବେ ବୋଲି ସୂଚନା ଦିଆଯାଇଥିଲା । କେନ୍ଦ୍ର ସରକାରଙ୍କର ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଡା ପୌରାଞ୍ଚଳ ଓ ବ୍ଲକ ସ୍ତରୀୟ ହିତାଧିକାରୀମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *