ଜିଲ୍ଲା ପରିକ୍ରମା

“ଯୋଗ ମଣିଷ ଶରୀର ଓ ମନ ଭିତରେ ସଂପର୍କର ସେତୁବନ୍ଧ” ଆଖଣ୍ଡଳମଣି ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଯୋଗକ୍ରିୟା ଏକ ବିଜ୍ଞାନ ତତ୍ତ୍ୱ ଆଧାରିତ ଚିକିତ୍ସା ପଦ୍ଧତି ଏବଂ ଏହା ମଣିଷ ଶରୀର ଓ ମନ ଭିତରେ ସଂପର୍କର ସେତୁବନ୍ଧ ଭଳି କାର୍ଯ୍ୟକରେ ବୋଲି ଭଦ୍ରକ ଜିଲା ଧାମନଗର ବ୍ଲକ୍ସ୍ଥିତ ଆଖଣ୍ଡଳମଣି ମହାବିଦ୍ୟାଳୟ ପାଳସାହିରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ହୋତାଙ୍କ ପୌରୋହିତ୍ୟ ତଥା ମହାବିଦ୍ୟାଳୟ କର୍ମଚାରୀ ପରିଷଦର ସଂପାଦକ ଅଧ୍ୟାପକ ନିହାର ରଂଜନ କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଯୋଗ ଦିବସ ସମାରୋହକୁ ଫେଲୋସିପ୍, ଭଦ୍ରକର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହି ଯୋଗ ଆସର ଓ କର୍ମଶାଳାରେ ବାବାମଣୀ ଡିଗ୍ରୀ ମହାବିଦ୍ୟାଳୟର ବାଣିଜ୍ୟ ଅଧ୍ୟାପକ ମାଧବଚନ୍ଦ୍ର ଜେନା ମୁଖ୍ୟବକ୍ତା, ପାଳସାହି ସମିତି ସଦସ୍ୟ ରମେଶ ଚନ୍ଦ୍ର ବେହେରା, ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଜୟନ୍ତ କୁମାର ଗୋସ୍ୱାମୀ, ପ୍ରାଧ୍ୟାପକ ବିଜୟ କୁମାର ପରିଡା, ପଦ୍ମନାଭ ପଣ୍ଡା, ଦିଲ୍ଲୀପ କୁମାର ମହାନ୍ତି, ତ୍ରିଲୋଚନ ଦାସ ଓ ପ୍ରାଧ୍ୟାପିକା କନକଲତା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଯୋଗ ଶିକ୍ଷକ ଦୟାନିଧି ପଣ୍ଡା ଓ ସନ୍ତୋଷ କୁମାର ରଥ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଯୋଗ କୌଶଳ ପ୍ରଦର୍ଶନ ସହ ପ୍ରଶିକ୍ଷଣ ଦେଇଥିଲେ। ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଅମରେନ୍ଦ୍ର ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top