ଯୋଗ ଦ୍ୱାରା ଏକ ରୋଗମୁକ୍ତ ସମାଜ ଗଠନ ସମ୍ଭବ

ଭୁବନେଶ୍ୱର ତା ୦୬/୦୧ (ଓଡ଼ିଆ ପୁଅ): ରାଜ୍ୟ ଯୋଗ ମହୋତ୍ସବ ସମିତି ତରଫରୁ ନିଳାଦ୍ରି ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଏକ ଯୋଗ ପ୍ରଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥୀ ଭାବେ ସ୍ୱାମୀ ଶ୍ରୀ ସଦାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ଶ୍ରୀ ପ୍ରାଣ ରୂପା ନନ୍ଦ ଜୀ ଯୋଗଦେଇ ଯୋଗ ଓ ଆସନର ଉପକାରିତା ସଂର୍ପକରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଛନ୍ତି। ଶିଶୁ ବିଦ୍ୟାମନ୍ଦିର ପରିସରରେ ଅପରାହ୍ନରେ ଶହଶହ ଛାତ୍ରଛାତ୍ରୀ ଏକାଠି ହୋଇ ସମୂହ ଯୋଗାଭ୍ୟାସ କରିଛନ୍ତି। ଯୋଗାଭ୍ୟାସ ମାଧ୍ୟମରେ କିପରି ଛାତ୍ରଛାତ୍ରୀମାନେ ନିରୋଗ ରହି ପାରିବେ ଏବଂ ପ୍ରତ୍ୟକଦିନ ପ୍ରାଣାୟମ, ଆସନ ଆଦି କରି ଏକ ରୋଗମୁକ୍ତ ସମାଜ ଗଠନ କରିବା ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଉଦ୍ଦେଶ୍ୟ। ଏହି ପ୍ରଶିକ୍ଷଣ ଶିବିର ଶନିବାର ଓ ରବିବାର ଦୁଇ ଦିନ ଧରି ଚାଲିବ।

Leave a Reply

Your email address will not be published. Required fields are marked *