ପୁରୀ ୨୧-୦୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଲୁମ୍ନି ଆେସୋସିଏସନ୍, ବିଶ୍ୱମ୍ଭର ବିଦ୍ୟାପୀଠ, ପୁରୀ ଓ ମିଶନ ପୁରାୀର ମିଳିତ ଆନୁକୂଲ୍ୟରେ ଚିତ୍ରକାର ସାହି ସ୍ଥିତ ବିଶ୍ୱମ୍ଭର ବିଦ୍ୟାପୀଠ ସ୍କୁଲରେ ଏକ ଯୋଗ ଓ ଗୀତା ଆବୃତି ଶିବିର ଆଯୋଜିତ ହୋଇଥିଲା।ଏଥିରେ ପ୍ରାୟ ୪୦ ଜଣ ବାଳକ ବାଳିକା ଯୋଗ ଦେଇଥିଲେ। ପିଲାମାନଙ୍କୁ ପ୍ରଥମେ ଯୋଗ ଗୁରୁ ଶ୍ରୀ ରାମବଲ୍ଳଭ ମହାପାତ୍ର ପବନ ମୁକ୍ତାସନ ଶିକ୍ଷା ଦେଇଥିଲେ। ଶେଷ ପର୍ଯ୍ୟାୟରେ ସେମାନଙ୍କୁ ମନ୍ତ୍ର ସହିତ ସୂର୍ଯ୍ୟ ନମସ୍କାର, ବଜ୍ରାସନ ତଥା ବିଭିନ୍ନ ମୁଦ୍ରା ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ପରିଶେଷରେ ଚିନ୍ମୟ ମିଶନ ପୁରୀର ପ୍ରଧାନ ଚାର୍ଯ୍ୟ, ବ୍ରହ୍ମଚାରୀ ନିଳାଦ୍ରୀ ଚୈତନ୍ୟ ପିଲାମାନଙ୍କୁ ଗୀତା ଆବୃତି ଶିକ୍ଷା ଦେଇଥିଲା।ଏହି ଶିବିରଟିକୁ ଆଲୁମ୍ନି ଆସୋସିଏସନର ସାଧାରଣ ସଂପାଦକ ଶ୍ରୀ ବୀରେନ୍ଦ୍ର କୁମାର ଶାସ୍ତ୍ରୀ, ସହ ସମ୍ପାଦକ ଶ୍ରୀ ସୌମେନ୍ଦ୍ର ଦାସ ଓ ଯୁଗ୍ମ ସଂପାଦକ ଶ୍ରୀ ରମାବଲ୍ଲଭ ମହାପାତ୍ର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଶ୍ୱମ୍ଭର ବିଦ୍ୟାପୀଠ ସ୍କୁଲ୍ର ପ୍ରଧାନ ଶିକ୍ଷକ ଶିକ୍ଷକ ଏସ୍.କେ .ବ୍ରହ୍ମା ଏହି ଶିବିରଟି ସାଫଲ୍ୟ ମଣ୍ଡିତ କରିବା ହେତୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପରବର୍ତ୍ତୀ ସମୟରେ ଆଲୁମ୍ନି ଆସୋସିଏସନ ତଥା ଚିନ୍ମିୟ ମିଶନ ପୁରୀର ସଦସ୍ୟମାନଙ୍କୁ ପିଲାମାନଙ୍କର ବୌଦ୍ଧିକ ବିକାଶ ନିମନ୍ତେ ଏହି ପ୍ରୟାସଜାରି ରଖିବା ପାଇଁ ଅନୁରୋଧ କରିଥିଲୋ ପ୍ରାୟ ଦିନ ୧୧ ଟା ସମୟରେ ଶିବିରଟି ଉଦ୍ୟାପିତ ହୋଇଥିଲା।
