ଜିଲ୍ଲା ପରିକ୍ରମା

ଯୋଗାସନ ଯୋଗ ନୁହେଁ ଯୋଗର ଏକ ଅଙ୍ଗ

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଶ୍ରୀରାମକୃଷ୍ଣ ଆଶ୍ରମ ଭଦ୍ରକର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜୀବୀ ରାଖାଲ ଚନ୍ଦ୍ର ଦାସ ଓ ଡାକ୍ତର ଦୁର୍ଯେ୍ୟାଧନ ଦାଶଙ୍କର ଶ୍ରୀରାମକୃଷ୍ଣ ଆଶ୍ରମ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଆୟୋଜିତ ଯୋଗ ସଂକ୍ରାନ୍ତୀୟ ଆଲୋଚନା ଚକ୍ରରେ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ପୁରୁଜିତ ମୁନୀ ବକ୍ତା ଭାବେ ଯୋଗ ଦେଇ ପାତଞ୍ଜଳି ଯୋଗ ସୂତ୍ରର ଆଲୋଚନା କ୍ରମରେ ଯୋଗ ଆଠଟି ଅଙ୍ଗ ଅର୍ଥାତ ୧-ଯମ, ୨-ନିୟମ, ୩- ଆସନ, ୪- ପ୍ରାଣାୟମ, ୫- ପ୍ରତ୍ୟାହାର, ୬- ଧାରଣା, ୭-ଧ୍ୟାନ ଓ ୮- ସମାଧିର ସମାହାର ଥିବା ଉକ୍ତି କରିଥିଲେ। ଜଣେ ସାଧକ କୌଣସି ଯୋଗାସନ ବା ପ୍ରାଣାୟମ କରିବା ପୂର୍ବରୁ କଣ କଣ ନ କରିବା (ଯମ), କଣ କଣ କରିବା (ନିୟମ) ଆବଶ୍ୟକ ଭଲ ଭାବେ ବୁଝିବା ଆବଶ୍ୟକ। ଯୋଗର ଗୋଟିଏ ଗୋଟିଏ ଅଙ୍ଗ ଗୋଟିଏ ସିଡିର ପାହୁଚ ସଦୃଶ। କେବଳ ଯୋଗାସନ ବା ପ୍ରାଣାୟମକୁ ଯୋଗ କୁହାଯିବା ଆତ୍ମ ପ୍ରବଞ୍ଚନା ବ୍ୟତୀତ କିଛି ନୁହେଁ। ବ୍ୟାୟାମ ଦ୍ୱାରା କେତେକ ରୋଗ ପ୍ରତିଷେଧକ, ନିରୋଧ ସହିତ ଶରୀରକୁ ସୁସ୍ଥ ରଖା ଯାଇ ପାରେ। ଉକ୍ତ ଶାରୀରିକ ବ୍ୟାୟାମ ବା ପ୍ରାଣାୟମ ଯୋଗ ନୁହେଁ। ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ଶାଖାର ଆବାହକ ତଥା ଆଇନଜୀବୀ ତୁଷାରକାନ୍ତି ମହାନ୍ତି ଯୋଗର ପ୍ରତ୍ୟେକ ଅଙ୍ଗ ଓ ପ୍ରତ୍ୟଙ୍ଗକୁ କିପରି କଡାକଡି ଭାବେ ପାଳନ କରୁଥିଲେ ତା’ର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ମହାତ୍ମା ଗାନ୍ଧୀ ଯମ ଅହିଂସା, ସତ୍ୟ, ଅସ୍ତ୍ରେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ ନିୟମ ଶୌଚ, ସନ୍ତୋଷ, ତପ, ସ୍ୱାଧ୍ୟାୟ ଓ ଈଶ୍ୱର ପ୍ରଣୀଧାନ ଆଦିକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ। ଗାନ୍ଧିଜୀଙ୍କର ଶରୀର ଏକ ପରୀକ୍ଷାଗାର ଥିଲା। ଯୋଗର ସମସ୍ତ ଅଙ୍ଗକୁ ନିଜ ଉପରେ ପ୍ରୟୋଗ କଲାପରେ ନିଜର ଅନୁଭୁତିକୁ ସର୍ବ ସାଧାରଣରେ ଉପଦେଶ ମାଧ୍ୟମରେ ପ୍ରକାଶ କରିଥିଲେ। ଗାନ୍ଧିଜୀ ଭଗବାନଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ପୂର୍ବକ ନିବେଦନ କରୁଥିଲେ। ନାଥୁରାମ ଗଡ୍ସେର ୩ଗୋଟି ଗୁଳି ତାଙ୍କର ଶରୀର ଭେଦ କଲାପରେ ମଧ୍ୟ ତାଙ୍କର ମୁହଁ କଷ୍ଟରେ ବିବର୍ଣ୍ଣ ହୋଇ ନ ଥିଲା କିମ୍ବା ତାଙ୍କ ମୁହଁରୁ କଷ୍ଟର ଶବ୍ଦ ବାହାରି ନ ଥିଲା ଶରୀର ଗୁଳିବିଦ୍ଧ ହେଲା ପରେ ମୃତ୍ୟୁ ପୂର୍ବରୁ ମୁଖ ମଣ୍ଡଳ ଔଜଲ୍ୟତାରେ ଭରି ଉଠିଥିଲା ଓ ମୁହଁରୁ ‘ହେ ରାମ’ ଶବ୍ଦ ଦ୍ୱୟ ବାହାରି ଆସିଥିଲା। ଏହାର ଜଣେ ଶ୍ରେଷ୍ଠ ଯୋଗୀର ଲକ୍ଷଣ। ଗାନ୍ଧିଜୀ ପ୍ରକୃତରେ ଜଣେ ଶ୍ରେଷ୍ଠ କର୍ମଯୋଗୀ ଅଟନ୍ତି। ଉକ୍ତ ସଭାରେ ଅଧିବକ୍ତା ମନୋରଞ୍ଜନ ଦାସ ସ୍ୱାଗତ ଭାଷଣ ଓ ପ୍ରାଧ୍ୟାପକ ଭାଗବତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭା ଆୟୋଜନରେ ସମାଜସେବୀ ଉଦୟନାଥ ମହାନ୍ତି, ଡାକ୍ତର ପ୍ରଭାସ ମହାନ୍ତି, ଆଡ୍ଭୋକେଟ ବିଜୟ ମହାପାତ୍ର, ରୋଟାରିଆନ ଶିଶିର ମିଶ୍ର, ରୋଟାରିଆନ ସୀତାକାନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top