ଓଡ଼ିଶା

ଯୋକାରେ କଣ୍ଟା ପଡିବା

ପୁରୀ:୧୪/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଗାମୀ ଜୁଲାଇ ୧୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ବୁଧବାର ଯୋକା ପକାଯିବା ସହ ସେଥିରେ କଣ୍ଟା ବାଡା ଯାଇଛି। ତିନି ରଥ ପାଇଁ ୪୪ ଯୋକା କାଠରେ ନିର୍ମାଣ କରାଯାଇଛି। ଗୟଳ ମୋଡା ସରିଛି। ରଥଖଳାରେ ଶ୍ରେଣୀ କାମ ଚାଲିଛି। ରଥ ନିର୍ମାଣରେ ୬୦ଜଣ ମହାରଣା ନିୟୋଯିତ ହୋଇଛନ୍ତି। ଅଖରେ ଚକ ଯୋଡାଯିବା ପରେ ଦଣ୍ଡା ପଡିଥିଲା। ସେଥିରେ ଗୁଜ, ଜଳ ଯନ୍ତ୍ର ଓ ନିରାଡି ସଂଯୋଗ ହୋଇଥିଲା। ଗରଗରା ପକାଯିବା ପରେ ଗୟଳ କାମ ଶେଷ ହୋଇଛି। ଚାରି ନାହାକା ଉଠିଛି। ନାହାକା ଉପରେ ପୁଣି ଥରେ ଗୟଳ ପକାଯାଇ ଯୋକା କାମ ଚାଲିଥିବା ନନ୍ଦିଘୋଷ ରଥରେ ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଭୂଇଁ କାମ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଛି। ଏହାଛଡା ଆଗ ଓ ପଛ ଦମକ ସମେତ ସିଂହସନ ତଳ କାଠ କାମ ସମ୍ପୂର୍ଣ୍ଣ ହୋଇଛି। ରୂପକାର ସେବକ କଣଭୂଜ ଗୁଡିକରେ ନୃସିଂହ ମୂର୍ତ୍ତି ଖୋଦେଇ କରିଛନ୍ତି। କଣ୍ଟା କବ୍ଜା ତିଆରିରେ କମାର ସେବକ ଲାଗି ପଡିଛନ୍ତି। ଜୁଲାଇ ୧୪ରେ ଶ୍ରୀଗୁଣ୍ଡିଚା ୨୨ରେ ବାହୁଡା ୨୩ରେ ରଥ ଉପରେ ସୁନାବେଶ ୨୪ରେ ଅଧରପଣା ଓ ୨୫ରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଯୋଡା ଜ୍ୟୋଷ୍ଠ ବା ମଳ ମାସ ପଡିଥିବାରୁ ରଥଯାତ୍ରା ପାଇଁ ୧୫ଦିନ ପୂର୍ବରୁ ରଥ ନିର୍ମାଣ ଶେଷ ହେବାର ସମ୍ଭାବନା ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top