ଓଡ଼ିଶା

ଯେଉଁଠି ଶ୍ରମିକ କୂଅ ଖୋଲିବା କଥା ସେଥିରେ ମେସିନ ଲଗାଇ କୂଅ ଖୋଲାଯାଉଥିବା ଅଭିଯୋଗ

କୋରାପୁଟ ; ତା୧୫-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ହିତାଧିକାରୀମାନଙ୍କ ଜମିରେ କୂଅ ଖୋଲିବା ନିମନ୍ତେ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି।ଜମିରେ ଜଳସେଚନର ସୁବିଧା ନିମନ୍ତେ କୂଅ ଖୋଲାଯାଉଛି।ଜିଲ୍ଲାର ଅନେକ ବ୍ଲକରେ ଶ୍ରମିକଙ୍କ ବଦଳରେ ମେସିନ ଲଗାଯାଇ କୂଅ ଖୋଲାଯାଉଥିବା ଅଭିଯୋଗ ହେଉଛି।କାର୍ଯ୍ୟ ଆରମ୍ଭ ଦିନ ହିଁ ଶ୍ରମିକମାନଙ୍କ ଦ୍ୱାରା କୁଅ ଖୋଲଯାଇ ଫଟୋ ଉଠିବା ପରେ ମେସିନ ଲଗାଯାଉଥିବା ଅଭିଯୋଗ ହେଉଛି।ମେସିନ ଦ୍ୱାରା ୧୦ ଫୁଟ କୂଅ ଖୋଲାଯିବା ପରେ ବାକି କାମ ସବୁ ଶ୍ରମିକମାନେ ହିଁ କରୁଥିବା ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଥିଲେ।ଲକ୍ଷ୍ୟକୁ ପୂରଣ କରିବାକୁ ଏପରି କରାଯାଉଥିବା ଜଣାପଡିଛି।ପଟ୍ଟାଙ୍ଗୀ ବ୍ଲକର ଗାଙ୍ଗରାଜପୁର ଓ ପେଟ୍ରୁ ରେ ମେସିନ ଖୋଲୁଥିବା ଲକ୍ଷ୍ୟ କରାଯାଇଥିଲା।ପଟ୍ଟାଙ୍ଗୀ ବ୍ଲକ ପ୍ରଶାସନକୁ ୩୫୦ ଲକ୍ଷ୍ୟ ଦିଆଯାଇଥିବା ବେଳେ ଜଳବିଭାଜିକା ବିଭାଗକୁ ୭୦ ଟି କୂଅ ଖୋଲିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ଦେଇଥିବା ଜଣାପଡିଛି।ଜିଲ୍ଲାର କେଉଁ କେଉଁ ସ୍ଥାନରେ ମେସିନ ଦ୍ୱାରା କୂଅ ଖୋଲାଯାଉଛି ତାହାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top