ଯୁବ ହଷ୍ଟେଲର ବେଦବ୍ୟାସ ଶିଶୁମେଳା

ରାଉରକେଲା ୧-୨(ଓଡ଼ିଆ ପୁଅ/ଶିବରାମ ପାତ୍ର): ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଆନୂକୁଲ୍ୟରେ ଶ୍ରୀ ବେଦବ୍ୟାସ ଗୋଶାଳା ସମିତି, ବୈଦିକ ଗୁରୁକୁଳ ଆଶ୍ରମ, ଗୁରୁକୁଳ ସଂସ୍କୁତ ମହାବିଦ୍ୟାଳୟ, ମାନବ ସେବା ସଦନ, ବଡଗାଁ ଆଇ.ଟି.ଆଇ, ସି.ଆଇ.ଟି.ଇ, ଏନ.ଆଇ.ଟି ର ମିଳିତ ସହଯୋଗ ରେ ଆସନ୍ତା ଫେବୃଆରୀ ୩ତାରିଖରୁ ୪ ତାରିଖ ବେଦ୍ୟାବାସ ଶିଶୁ ମେଳା ସ୍ଥାନୀୟ ବୈଦିକ ଗୁରୁକୁଳ ଆଶ୍ରମରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ସୁନ୍ଦରଗଡ ବିଭିନ୍ନ ଆଶ୍ରମରୁ ୧୦୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦାନ କରିବେ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଶିଶୁ ସମାବେଶ, ଯୁବ ପ୍ରଶିକ୍ଷଣ ଶିବିର, କ୍ରିଡା, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଜାତୀୟ ଏକତା ଶିବିର, ସାଂସ୍କୁତିକ କାର୍ଯ୍ୟକ୍ରମ ଅନୂଷ୍ଠିତ ହେବ। ୩ ତାରିଖ ରୁ ଗ୍ରାମୀଣ କ୍ରିକେଟ ପ୍ରତିଯୋଗିତା, କବାଡି ପତିଯୋଗିତା, ପ୍ଲାଷ୍ଟିକ ବ୍ୟବହାର କରିବା ନାହଁ, ସ୍ୱଚ୍ଛ ଭାରତ ଅଭିଯାନ, ମଦ ବିରୋଧୀ ଉପରେ ସଚେତନତା କାର୍ଯ୍ୟକ୍ରମ, ୨ ଘଟିକା ରେ ଗ୍ରାମୀଣ ସ୍ୱାସ୍ଥବାନ ଶିଶୁ ପ୍ରତିଯୋଗିତା ଏବଂ ଆଦର୍ଶ ମା ପ୍ରତିଯୋଗିତା ୬.୩୦ ଘଟିକା ସଂସ୍କୁତିକ କାର୍ଯ୍ୟକ୍ରମ ୪ ତାରିଖ ରେ ୭ ଘଟିକା ରେ ମିନି ମାରଥନ ପ୍ରତିଯୋଗିତା, ୧୧.୦୦ ଘଟିକା ଖେଳ ପ୍ରତିଯୋଗିତା ୧୨.୦୦ ଘଟିକା ରେ ଭଜନ ସନ୍ଧ୍ୟା ସମାରୋହ ୨.୩୦ଟା ଘଟିକା ରେ-ଆର୍ଶବାଦ ଯଜ୍ଞ ଏବଂ ଏକ ସ୍ୱ୍ୟସ୍ଥ ପରିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।। ଏହି ସମସ୍ତ କାର୍ଯକ୍ରମ ଗୁରକୁଳ ବେଦ÷ିକ ଆଶ୍ରମରେ ଅନୁଷ୍ଠିତ ହେବା। ୪ ତାରିଖ ସକାଳ ୮ ଘଟିକା ସମୟରେ ସମାପନ ଉତ୍ସବରେ ସମସ୍ତ ଆଶ୍ରମରୁ ୧୦୦୦ରୁ ଅଧିକ ଛାତ୍ର, ଛାତ୍ରୀ ଯୋଗଦାନ କରିବେ ସେମାନଙ୍କ ପାଈଁ ସ୍ୱତ୍ରନ୍ତ ଖେଳ ପ୍ରତିଯୋଗିତା, ସ୍ୱାସ୍ୟ୍ଥ ସେବା, ପ୍ରଶିକ୍ଷଣ ଶିବିର ଏବଂ ୨୦୦୦ରୁ ଅଧିକ ଲୋକଙ୍କ ପାଈଁ ସମବେତ ପଂକ୍ତି ଭୋଜନ ଏବଂ ଦିନ ୩.୩୦ ଘଟିକା ସମୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ କରାଯିବ ଉକ୍ତ ଦିନ ଏହି ଶିଶୁ ମେଳା ଯୋଗଦାନ କରିବା ପାଈଁ ଅନୁରୋଧ କରାଯାଇଅଛି।

Leave a Reply

Your email address will not be published. Required fields are marked *