ଖେଳ

ଯୁବ ହକି ଟୁର୍ଣ୍ଣାମେଣ୍ଟ : ସମ୍ବଲପୁର ନଦର୍ଣ୍ଣଷ୍ଟାର ଚାମ୍ପିଅନ୍

ସମ୍ବଲପୁର, ୮/୧୧ (ଓଡ଼ିଆ ପୁଅ) – ଭୁବନେଶ୍ୱରରେ ହେବାକୁ ଯାଉଥିବା ବିଶ୍ୱକପ୍ ହକି ପରିପ୍ରେକ୍ଷୀରେ ଏହାର ପ୍ରଚାର ଓ ପ୍ରସାର ପାଇଁ ଜିଲ୍ଳା ପ୍ରଶାସନ ଏବଂ ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ଆୟୋଜିତ ଯୁବ ହକି କପ୍ ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର ନଦର୍ଣ୍ଣଷ୍ଟାର ଦଳ ଚାମ୍ପିଅନ ହୋଇଛନ୍ତି। ଗତ ୪ ଦିନ ଧରି କମିସନର୍ କଲୋନୀ ଖେଳ ପଡ଼ିଆରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ଆଜି ଅନୁଷ୍ଠିତ ଫାଇନାଲ ଖେଳରେ ସମ୍ବଲପୁର ନଦର୍ଣ୍ଣଷ୍ଟାର କ୍ଲ୍ବ ୪-୩ ଗୋଲରେ ଜମନକିରା ଏକାଦଶକୁ ପରାସ୍ତ କରିଥିଲା। ଫାଇନାଲ ମ୍ୟାଚ୍ ପୂର୍ବରୁ ରୋଟାରୀ ହକି ଏକାଡେମୀ ଓ ସେଣ୍ଟ ଜନ୍ସ ସ୍କୁଲ ମଧ୍ୟରେ ଏକ ସୌଜନ୍ୟମୂଳକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ଦଳ ୧-୧ ଗୋଲରେ ସମାନ ସ୍ଥିତିରେ ରହିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସମର୍ଥ ବର୍ମା ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଡିଆଜି ସତ୍ୟବ୍ରତ ଭୋଇ, ଏଡିଏମ୍ ଅଜୟ ଜେନା, ଏସ୍ପି ସଞ୍ଜୀବ ଆରୋରା, ସିଆରପିଏଫ୍ ୧୨ ବାଟାଲିୟନର କମାଣ୍ଡାଣ୍ଟ ପ୍ରମୋଦ କୁମାର ସାହୁ, ସିଆର୍ଫିଏ୍ ସେକେଣ୍ଟ ଲେପ୍ଟେନାଣ୍ଟ ଆଲୋକ ଅୱସ୍ତି, ଡିଆର୍ଡିଏ ପିଡି ସୁକାନ୍ତ ତ୍ରିପାଠୀ, ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ସୀତାଂଶୁ ତ୍ରିପାଠୀ, ନିଗମ ଡେପୁଟି କମିସନର୍ ସୁଧାଂଶୁ ଭୋଇ, ଜିଲ୍ଲା କ୍ରୀଡା ଅଧିକାରୀ ଉପେନ୍ଦ୍ର ଶତପଥି, ଫୋରସିର ସମ୍ପାଦକ ସାବିର ହୁସେନ୍, ହକି ତାରକା ଦୀଲ୍ଲିପ ତିର୍କୀଙ୍କ ବାପା ଭୀମ୍ସେଣ୍ଟ୍ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ। ଫାଇନାଲ ମ୍ୟାଚକୁ ଫିଲ୍ଡ ଆମ୍ପାୟାର ଭାବେ ସୁଶୀଲ ତିର୍କୀ ଓ ସେଭେରାଲ ବାର୍ଲା ପରିଚାଳନା କରିଥିଲେ। ପୁରସ୍କାର ବିତରଣୀ ଉତ୍ସବକୁ ବିଭୂଷଣ ପ୍ରଧାନ ଏବଂ ସସ୍ମିତା ପଟ୍ଟନାୟକ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top