ଜିଲ୍ଲା ପରିକ୍ରମା

ଯୁବ ସ୍ୱାଭିମାନ ମଞ୍ଚର ସହାୟତା ପ୍ରଦାନ

ଖଇରା, ୮/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ସାଦିକପୁର ଗ୍ରାମର ଭଞ୍ଜ ମହାନ୍ତିଙ୍କ ପୁଅ ଓ ଝିଅ ଆଜକୁ ୩ଦିନ ତଳେ ସାପ କାମୁଡାରେ ଗୁରୁତର ହୋଇ ସୋର ମେଡିକାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଝିଅ କରିସ୍ମା ମହାନ୍ତି(୧୪)ଙ୍କର ମୃତ୍ୟୁ ଘଟିଥିଲା। ପୁଅ ହରେକୃଷ୍ଣ ମହାନ୍ତି ଗୁରୁତର ହୋଇ କଟକର ଏକ ଘରୋଇ ଡାକ୍ତର ଖାନାରେ ଏବେବି ଚିକିତ୍ସିତ ହେଉଛନ୍ତି। ତାଙ୍କର ବାପା ଭଞ୍ଜ ମହାନ୍ତି ଜଣେ ଦିନମହୁରିଆ ହୋଇଥିବାରୁ ପୁଅର ଚିକିତ୍ସା ପାଇଁ ସଂପୂର୍ଣ୍ଣ ଅସମର୍ଥ ହୋଇ ପଡିଥିବାବେଳେ ପୁଅର ଚିକିତ୍ସା ଓ ଝିଅର ମୃତ୍ୟୁରେ ପାଗଳ ପା୍ରୟ ହୋଇ ଦିନରାତି ଆଖିରୁ ଲୁହ ଗଡାଇ ଚାଲିଛନ୍ତି। ଠିକ୍ ଏହି ସମୟରେ ଏହି ଅସହାୟ ଦୁଃଖୀ ପରିବାର ପ୍ରତି ଆର୍ଥିକ ସହାୟତା ପାଇଁ ସହଯୋଗର ହାତ ବଢାଇଛି ଗଣ୍ଡିବେଡ ଅଂଚଳର ‘ଯୁବ ସ୍ୱାଭିମାନ ମଞ୍ଚ’ର କର୍ମକର୍ତ୍ତାମାନେ। ସାହାଯ୍ୟ କରିବା ପାଇଁ ଏହି ଯୁବ ସ୍ୱାଭିମାନ ମଞ୍ଚର ସଭ୍ୟମାନେ ବ୍ୟକ୍ତିଗତ ଭାବରେ ଆର୍ଥିକ ସହାୟତା କରିବା ସଂଗେ ସଂଗେ ବିଭିନ୍ନ ସ୍କୁଲ, କଲେଜ ଓ ବଦାନ୍ୟ ବ୍ୟକ୍ତିମାନଙ୍କ ଠାରୁ ମାଗଣକରି ମୋଟ ଦଶ ହଜାର ଏକ ଶହ ଷାଠିଏ(୧୦, ୧୬୦.୦୦)ଟଙ୍କା ନଗଦ ଅର୍ଥ ରାଶି ଓ ବିସ୍କୁଟ ମଞ୍ଚର ସଭାପତି କୈଳାସ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ସଭ୍ୟମାନେ ପ୍ରଦାନ କରିଛନ୍ତି। ଆହୁରି ମଧ୍ୟ ଆର୍ଥିକ ସହାୟତା ପାଇଁ ମାଗଣ ଜାରି ରଖିଛନ୍ତି ଯୁବ ସ୍ୱାଭିମାନର କର୍ମକର୍ତ୍ତାମାନେ। କୈଳାସ ଚନ୍ଦ୍ର ସାହୁ, ସୁଶାନ୍ତ କୁମାର ମହାପାତ୍ର, ଗୌତମ ପାତ୍ର, ଲକ୍ଷ୍ମୀକାନ୍ତ ଶଙ୍ଖୁଆ, ଦିଗ୍ବିଜୟ ମହାକୁଡ, ଭରତ ମହାରଣା ପ୍ରମୁଖ ସଭ୍ୟମାନେ ଆଗକୁ ଆହୁରି ଆର୍ଥିକ ସହାୟତା ପ୍ରଦାନ ପାଇଁ ଦିନରାତି ସମାନ କରି ମାଗଣ କାର୍ଯ୍ୟରେ ଲାଗିପଡି ଏ ଅଂଚଳପାଇଁ ଏକ ଉଦାହରଣ ପାଲଟିଛନ୍ତି ବୋଲି ଅଂଚଳବାସୀ ଭୁରିୟସି ପ୍ରସଂଶା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top