ଜିଲ୍ଲା ପରିକ୍ରମା

ଯୁବ-ସମ୍ବଲପୁରର ବାର୍ଷିକ ଅଧିବେଶନରେ ଯୁବପ୍ରତିଭା ସମ୍ବର୍ଦ୍ଧିତ

ସମ୍ବଲପୁର, ୯/୯ (ଓଡ଼ିଆ ପୁଅ)- ଯୁବ-ସମ୍ବଲପୁରର ବାର୍ଷିକ ଅଧିବେଶନ ଆଜି ତପସ୍ୱିନୀ ପ୍ରେକ୍ଷାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଲିଙ୍ଗରାଜ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ତଥା ପ୍ରିୟଦର୍ଶୀ ଅମିତାଭ ଷଡଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବର୍ଷିୟାନ କ୍ରୀଡ଼ା ସଂଗଠକ ତଥା ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ସାହାଣୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ଶ୍ରୀ ସାହାଣୀଙ୍କ ସହିତ ଡା. ଶଙ୍କର ରାମଚନ୍ଦାନୀଙ୍କୁ ସେବା ଓ ସମର୍ପଣ ମୂଳକ ଡାକ୍ତରୀ ସେବା ସକାଶେ, ଜଳ ଓ ପରିମଳ ଦିଗରେ କାର୍ଯ୍ୟ କରୁଥିବା ରଞ୍ଜନ ପଣ୍ଡା, ନାଟ୍ୟକାର ନିର୍ଦ୍ଦେଶକ ତଥା ସଙ୍ଗୀତଜ୍ଞ ବ୍ରଜେନ୍ଦ୍ର ନାୟକ, ଐତିହାସିକ ଦୀପକ ପଣ୍ଡା, କବି ଦୁର୍ଗା ପ୍ରସାଦ ପଣ୍ଡା, ସୁଇମିଙ୍ଗ ଆସୋସିଏସନର ପ୍ରଦୀପ ପାଢ଼ୀ, ସାଓଲିନ କୁମ୍ଫୁର ସୁବାସ ବେହେରା, ଚିତ୍ରକର କୁଲଦୀପ ବର୍ମା ଏବଂ ସିଙ୍ଗାପୁରରେ ସିଲାଟ୍ ପାନ୍କେକ୍ ସିଲଭର ଏବଂ ବ୍ରୋଞ୍ଚ ପଦକ ପାଇଥିବା ଅନୁଜ ଚୌଧୁରୀ ଏବଂ ଅତୁଲ ଚୌଧୁରୀ ତଥା ଲଣ୍ଡନରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିବା ‘ଉକିଆ’ ସଂସ୍ଥାଙ୍କୁ ସମ୍ମାନୀତ କରାଯାଇଥିଲା। ସଂଗ୍ରାମ କେଶରୀ ସାହାଣୀଙ୍କ ଭଳି ଏକ ସରଳ, ନିରାଡ଼ମ୍ବର ମାତ୍ର ସମାଜପ୍ରତି ସମର୍ପିତ ଜୀବନ ସମସ୍ତଙ୍କ ପାଇଁ ଆଦର୍ଶ ଅଟେ ବୋଲି ଯୁବ’ର ମୁଖ୍ୟ ପୃଷ୍ଠପୋଷକ ସିଦ୍ଧାର୍ଥ ଦାସ କହିଥିବା ବେଳେ ଅନ୍ୟ ସମସ୍ତ ସମ୍ବର୍ଦ୍ଧିତ ପ୍ରତିଭା ଯୁବସମାଜ ପାଇଁ ଆଦର୍ଶ ଅଟନ୍ତି ବୋଲି ସେ କହିଥିଲେ। ଯୁବର ପରାମର୍ଶଦାତା ସାମ୍ବାଦିକ ଶିବଶଙ୍କର ନନ୍ଦ ମଧ୍ୟ ମଞ୍ଚାସୀନ ଥିଲେ। ପ୍ରତ୍ୟେକ ସମ୍ବର୍ଦ୍ଧିତ ବ୍ୟକ୍ତି ଯୁବସମାଜ ପାଇଁ ସେମାନଙ୍କର ବାର୍ତ୍ତା ଉପସ୍ଥାପନ କରିଥିଲେ। ସମ୍ବଲପୁର ସକାଶେ ଗୃହୀତ କେତୋଟି ଦାବି ଓ ପ୍ରସ୍ତାବ ମଧ୍ୟ ଉପସ୍ଥାପନ କରାଯାଇଥିଲା। ଶେଷରେ ସାଧାରଣ ସମ୍ପାଦକ ଇଂ. ଶଙ୍କର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top