ଅନୁଗୁଳ

ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ତାଳଚେର, ୧୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ତାଳଚେର ପ୍ରେସ କ୍ଲବଠାରେ ଜାତୀୟ ଯୁବ ଦିବସ ପାଳନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତାଳଚେର କଲେଜର ପୂର୍ବତନ ଅଧ୍ୟାପକ ତୁଷାର ରଞ୍ଜନ ପାଲଟାସିଂ ଏବଂ ସଙ୍ଗଠନର ସଭାପତି ସ୍ୱାଧୀନ ଥମ୍ବ, ସଙ୍ଗଠନର ଆଇନ ପରାମର୍ଶଦାତା ତଥା ତାଳଚେର ଓକିଲ ସଂଘର ପୂର୍ବତନ ସଭାପତି ଦୟାସାଗର ମିଶ୍ର, ସଙ୍ଗଠନର ମୁଖ୍ୟ ଆବାହକ ଯଯାତୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ନ ଜୟନ୍ତୀକୁ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉ ଥିବାବେଳେ ଯୁବ ସମାଜସେବୀ ସଙ୍ଗଠନ, ତାଳଚେର ପକ୍ଷରୁ ଏହି ଦିବସକୁ ପାଳନ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅତିଥି ମତପ୍ରକାଶ କରିଥିଲେ। ଆଜିର ଗୋଷ୍ଠୀ ଗୋଷ୍ଠୀ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ବକ୍ତାଗଣ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯତୀନ ମହାନ୍ତି, ମନୋଜ ବେହେରା, ମମଲା ବେହେରା, ଅଭିଷେକ ମହାନ୍ତି, ବିଶ୍ୱରଞ୍ଜନ ତୁଙ୍ଗଙ୍କ ସମେତ ସଙ୍ଗଠନର ସଦସ୍ୟଗଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top