ଅନୁଗୁଳ

ଯୁବ ସମାଜସେବୀ ସଙ୍ଗଠନର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ତାଳଚେର, ୨୬/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ଯୁବ ସମାଜସେବୀ ସଙ୍ଗଠନର ପ୍ରଥମ ବାର୍ଷିକ ଉତ୍ସବ ତାଳଚେର ଗୋପବନ୍ଧୁ ଟାଉନ୍ ହଲରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ସୁନାମଧନ୍ୟ ବ୍ୟଙ୍ଗକବି ଜ୍ଞାନ ହୋତା, ସମ୍ମାନୀୟ ଅତିଥିଭାବେ ସମାଜସେବୀ ଡାବର ପଲ୍ଲୀ ପ୍ରକାଶ ରାଓ ଯୋଗ ଦେଇ ସଙ୍ଗଠନର କର୍ମକର୍ତାମାନଙ୍କୁ ସାଧୁବାଦ ଜଣାଇବା ସହିତ ଏହାର ମଙ୍ଗଳ କାମନା ଏବଂ ଆଗକୁ ବଢ଼ିବା ପାଇଁ ଦିଗ୍ଦର୍ଶନ ତଥା ପ୍ରେରଣା ଦେଇଥିଲେ। ପ୍ରାରମ୍ଭରେ ଭାରତର ସୁନାମଧନ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଏକ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରା ଯାଇଥିଲା ଓ ପରେ ପରେ ଅତିଥିଗଣ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଙ୍ଗଠନର ସଭାପତି ସ୍ୱାଧୀନ ଥମ୍ବ, ସମ୍ପାଦକ ଯତୀନ ମହାନ୍ତି, ମୁଖ୍ୟ ପରାମର୍ଶଦାତା ଦୟାସାଗର ମିଶ୍ର, ଆବାହକ ଯଯାତି ପଟ୍ଟନାୟକ ଓ ରଙ୍ଗାଧର ନାହାକ ପ୍ରମୁଖ ମଂଚାସୀନ ଅତିଥିଭାବେ ଉପସ୍ଥିତ ଥିବା ବେଳେ ସଙ୍ଗଠନର ବହୁ କର୍ମକର୍ତା ଗଣ ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ରଥ, ଅରୁଣ ଶଙ୍କର ମିଶ୍ର, ବୀରବର ଶତପଥି, ପର୍ବତାରୋହିଣୀ ବିଭାରାଣୀ ପାତ୍ର ପ୍ରମୁଖଙ୍କୁ ସମ୍ମାନୀତ କରା ଯାଇଥିଲା। ତାଳଚେରର ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗକୁ ନେଇ ଯୁବ ସମାଜସେବୀ ସଙ୍ଗଠନ ଆଗାମୀ ଦିନରେ ଆହୁରି ତତ୍ପରତାର ସହ କାର୍ଯ୍ୟ କରିବ ବୋଲି ଏହାର ସଭାପତି ସ୍ୱାଧୀନ ଥମ୍ବ ଏହି ଅବସରରେ ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top