ଯୁବ ସମାଜସେବୀ ସଙ୍ଗଠନର ଜନ ଜାଗରଣ ଅଭିଯାନ

ତାଳଚେର, ୩୦/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ଅପାରଗତା ଯୋଗୁଁ ଉପୁଜିଥିବା ଜଣ୍ଡିସ ରୋଗ, ବେକାରୀ ସମସ୍ୟା, ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଏବଂ ବାରମ୍ବାର ବିଦ୍ୟୁତ କାଟ୍, ବୃଦ୍ଧି ପାଉଥିବା ପ୍ରଦୁଷଣ ସମସ୍ୟାକୁ ନେଇ ତାଳଚେରର ଅଗ୍ରଣୀ ଅନୁଷ୍ଠାନ ଯୁବ ସମାଜସେବୀ ସଙ୍ଗଠନ ତରଫରୁ ଶନିବାର ଦିନ ଏକ ମୋଟର ସାଇକେଲ ଶୋଭାଯାତ୍ରା କରି ଜନ ଜାଗରଣ ଅଭିଯାନ କରା ଯାଇଥିଲା। ଜେଏସଏସ କାର୍ଯ୍ୟକର୍ତା ଏବଂ ସମର୍ଥନକାରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିବାପରେ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ସେଠାରେ ୮ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ଶୋଭାଯାତ୍ରାରେ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ଯଯାତୀ ପଟ୍ଟନାୟକ, ସଭାପତି ସ୍ୱାଧୀନ ଥମ୍ବ, ଉପଦେଷ୍ଟା ରଙ୍ଗାଧର ନାହାକ, ଆଇନ ପରାମର୍ଶଦାତା ଦୟାସାଗର ମିଶ୍ର, ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ଉପସଭାପତି ସୁନୀଲ ବିଶ୍ୱାଳ, କୋଷାଧ୍ୟକ୍ଷ ବିଶ୍ୱରଞ୍ଜନ ତୁଙ୍ଗ ସାମନ୍ତ, ଯୁଗ୍ମ ସମ୍ପାଦକ ଶେଖ ମନୋହର, ବାଦଲ ବେହେରା, ମନୋଜ ବେହେରା ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *