ଅନୁଗୁଳ

ଯୁବ ସମାଜସେବୀ ସଙ୍ଗଠନରେ ୩୨ଜଣଙ୍କ ଯୋଗଦାନ

ତାଳଚେର, ୨/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଯୁବ ସମାଜସେବୀ ସଙ୍ଗଠନ, ତାଳଚେରର କାର୍ଯ୍ୟ ଏବଂ ଆଦର୍ଶରେ ଅନୁପ୍ରାଣୀତ ହୋଇ ତାଳଚେର ପୈାରଂଚଳ ଏବଂ ଆଖପାଖ ଗ୍ରାମାଚଂଳର ୩୨ଜଣ ଉତ୍ସାହୀ ଯୁବକ ଏଥିରେ ଯୋଗଦାନ କରିଛନ୍ତି। ତାଳଚେର ପୈାରାଂଚଳର ୱାର୍ଡ଼ ନଂ-୧ ଅନ୍ତର୍ଗତ ବଡ଼ଦାଣ୍ଡ ସାହିଠାରେ ଏହାର ନୂତନ କାର୍ଯ୍ୟାଳୟଠାରେ ତାଳଚେର ପୈାରାଂଚଳର ୨୧ଟି ୱାର୍ଡ଼ରୁ ଜଣେ ଲେଖାଏଁ ଯୁବକ ଏବଂ ଆଖପାଖ ଗ୍ରାମରୁ ୧୧ଜଣ ଏହିପରି ସର୍ବମୋଟ ୩୨ଜଣ ଯୁବକ ଜେ.ଏସ୍.ଏସ୍, ତାଳଚେରରେ ଯୋଗ ଦେଇଥିଲେ। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ସ୍ୱାଧୀନ ଥମ୍ବ, ଉପଦେଷ୍ଟା ଯଯାତୀ ପଟ୍ଟନାୟକ, ଆଇନ ଉପଦେଷ୍ଟା ଦୟାସାଗର ମିଶ୍ର, ରଙ୍ଗାଧର ନାହାକ, ଯୁଗ୍ମ ସମ୍ପାଦକ ମନୋଜ କୁମାର ବେହେରା, ବିଶ୍ୱ ରଞ୍ଜନ ତୁଙ୍ଗସାମନ୍ତ, ସୁଜିତ ସୁନାର, ଆଶୁତୋଶ ମହାନ୍ତି, ସତ୍ୟଶ୍ରୀ ବାରିକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ତାଳଚେରର ସମସ୍ୟାକୁ ନେଇ ଆଗାମୀ ଦିନରେ ସଙ୍ଗଠନ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନର ସଭାପତି ଶ୍ରୀ ଥମ୍ବ ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top