ଯୁବ ସମାଜସେବୀ ବାପି ମହାନ୍ତିଙ୍କୁ ଫେସବୁକ୍ ଆଇକନ୍ ଆୱାର୍ଡ଼

ତାଳଚେର,୨୩/୧୧(ଓଡ଼ିଆ ପୁଅ.ଅଜିତ କୁମାର ବେହେରା): ତାଳଚେର ସମେତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଏବଂ ଆମ ରାଜ୍ୟରେ ରୋଗୀ,ଗରିବ,ଅସହାୟ,ଦଳିତ ବର୍ଗର ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସାହାଯ୍ୟ ସହଯୋଗ ପ୍ରଦାନ କରି ଆସୁଥିବା ଯୁବ ସମାଜସେବୀ ବାପି ମହାନ୍ତି ‘ଦିଶା’ ପକ୍ଷରୁ ପୁରସ୍କୃତ ହୋଇଛନ୍ତି । ଓଡ଼ିଶାରେ କାର୍ଯ୍ୟରତ ନାମକ ଉକ୍ତ ସାମାଜିକ ଅନୁଷ୍ଠାନ ପକ୍ଷରୁ ଉକ୍ରଳ ସାମ୍ବାଦିକ ଭବନ,ଭୂବନେଶ୍ୱରଠାରେ ଗୁରୁବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତିଙ୍କୁ ‘ଫେସବୁକ୍ ଆଇକନ୍ ଆୱାର୍ଡ଼’ରେ ସମ୍ମାନିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ‘ଦିଶା’ କାର୍ଯ୍ୟକର୍ତା ଏବଂ ରାଜ୍ୟ ଉକ୍ରଳ ସାମ୍ବାଦିକ ସଂଘର ସଭାପତି ଶ୍ରୀ ବିଭୂତି ଭୂଷଣ କର ପ୍ରମୁଖ ଯୋଗ ଦେଇ ସମାଜସେବୀଙ୍କୁ ଏହି ପ୍ରଦାନ କରିଥିଲେ । ପ୍ରକାଶଯୋଗ୍ୟ,ଶ୍ରୀ ମହାନ୍ତି କଟକ-ଭୁବନେଶ୍ୱର ଦୈତନଗରୀରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ ଚିକିତ୍ସାାଲୟରେ ବିଭିନ୍ନ ରୋଗୀଙ୍କୁ ଚିକିସôା କ୍ଷେତ୍ରରେ ସକି୍ରୟ ସହଯୋଗ କରିବାସହ ସୋସିଆଲ ମିଡ଼ିଆରେ(ଫେସ୍ବୁକ୍) ସେ ସମ୍ପର୍କିତ ଫଟୋ ଅପ୍ଲୋଡ୍ ଏବଂ ସାମାଜିକ ବାର୍ତା ପୋଷ୍ଟ କରି ଜନସାଧାରଣଙ୍କୁ ସୂଚନା ଦେବାସହ ସଚେତନତା ସୃଷ୍ଠି କରିଥାନ୍ତି । ଉକ୍ତ ଫଟୋଗୁଡ଼ିକ ବିଶ୍ୱର କୋଣଅନୁକୋଣରେ ପହଂଚି ଲୋକଙ୍କୁ ଆବଶ୍ୟକୀୟ ସୂଚନା ଦେଇଥାଏ । ଫଳରେ ସୋସିଆଲ ମିଡିଆର ଅପଚୟ ନହୋଇ ସୁବିନିଯୋଗ ହୋଇଥାଏ । ତେବେ ଆଜିର ସମାଜରେ କିଛି ଯୁବଗୋଷ୍ଠୀ ସୋସିଆଲ ମିଡ଼ିଆର ଅପବ୍ୟବହାର କରୁଥିବାବେଳେ ବାପି ମହାନ୍ତିଙ୍କ ଦ୍ୱାରା ଏହାର ସୁବ୍ୟବହାର ନିଶ୍ଚିତ ରୂପେ ଏକ ସ୍ୱାଗତଯୋଗ୍ୟ କଥା । ଏହି ପରିପ୍ରେକ୍ଷୀରେ ଯୁବ ସମାଜ ମଧ୍ୟ ଶ୍ରୀ ମହାନ୍ତିଙ୍କ ପରି ସୋସିଆଲ ମିଡ଼ିଆର ସୁବିନିଯୋଗ କରି ପାରିଲେ ସମସ୍ତଙ୍କର ମଙ୍ଗଳ ହୋଇପାରିବ ।

Leave a Reply

Your email address will not be published. Required fields are marked *