ଯୁବ ରେଡକ୍ରସ୍ ର ୩ ଦିନିଆ ଜିଲ୍ଳା ସ୍ତରୀୟ ଶିକ୍ଷା ଓ ତାଲିମ ଶିବିର ଉଦ୍ଘାଟିତ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ମହିଳା ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ର ଏକ ତିନି ଦିନିଆ ଜିଲ୍ଳା ସ୍ତରୀୟ ଶିକ୍ଷା ଓ ତାଲିମ ଶିବିର ଉଦ୍ଘାଟିତ ହୋଇଛି। ଏହାକୁ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ସେ ତାଙ୍କ ଉଦ୍ଘାଟନୀ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ଛାତ୍ର ଜୀବନରୁ ନିଜର ଭବିଷ୍ୟତ ପନ୍ଥା ବାଛିବା ସହିତ ଦେଶ ସେବାର ମନୋବୃତ୍ତି ନେଇ ଦେଶ ପାଇଁ କିଛି କିଛି କାର୍ଯ୍ୟ କରିବା ଉଚିତ ବୋଲି କହିଥିଲେ। ଅନ୍ୟତମ ଅତିଥି ଭଦ୍ରକ ପୌରାଧ୍ୟକ୍ଷ ମାନସ କୁମାର ମହାନ୍ତି ସ୍ୱେଚ୍ଛାକୃତ ସେବା ଛାତ୍ରଛାତ୍ରୀଙ୍କ ବ୍ରତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଉଦ୍ଘାଟନୀ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ରେଡକ୍ରସ୍ର ଜିଲ୍ଳା ସଂଯୋଜିକା ଶୈଳବାଳା ଦାଶ ସ୍ୱେଚ୍ଛାସେବୀ ମାନଙ୍କୁ ରେଡକ୍ରସ୍ର କାର୍ଯ୍ୟକାରିତା ସମ୍ପର୍କରେ ଉଦବୋଧନ ଦେଇଥିଲେ। ସଂଗୀତ ନିର୍ଦ୍ଦେଶକ ସୁବୋଧ ନାୟକଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନେ ସଂଗୀତ ପରିବେଷଣ କରିଥିଲେ। ସଂଗଠନ ସମ୍ପାଦିକା ଡ. ଶୁଭଶ୍ରୀ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଏନ୍ସିସି ଅଫିସର ଅଧ୍ୟାପିକା ଅନନ୍ୟା ଅସ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ। ଶିବିରରେ ଶତାଧିକ ସ୍ୱେଚ୍ଛାସେବୀ ଯୋଗ ଦେଇ ତାଲିମ ଗ୍ରହଣ କରୁଛନ୍ତି।

Leave a Reply

Your email address will not be published. Required fields are marked *