ad
ଜିଲ୍ଲା ପରିକ୍ରମା

ଯୁବ ଭୋଟରଙ୍କୁ ତାଲିକାରେ ଯୋଡ଼ିବାକୁ ନିର୍ଦ୍ଦେଶ

ପୁରୀ, ୧୩/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -୨୦୧୯ ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ବର୍ଷ ହୋଇଥିା ସହ ଯୁବ ଓ ଛାତ୍ରଙ୍କୁ ଭୋଟର ତାଲିକାରେ ସାମିଲ କରାଯିବ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ନିମନ୍ତେ ଜିଲା ପ୍ରଶାସନପରାମର୍ଶ ଦେଇଛି। ୧୮ବର୍ଷ ବୟସ ପୂର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ୬ନମ୍ବର ଫର୍ମରେ ଦରକାସ୍ତ କିବାକୁ ଜିଲାପାଳ ଜ୍ୟୋତି ପ୍ରକାଶ ଦାସ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଜିଲାର ସମସ୍ତ କଲେଜ ଗୁଡ଼ିକୁ ଦରଖାସ୍ତ ଫର୍ମ ଯୋଗାଇ ଦିଆଯିବ। କଲେଜ ଅଧ୍ୟକ୍ଷମାନେ ଏ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସୋମବାର ଅନୁଷ୍ଠିତ ବୈଠକରେ ନିଦ୍ଦେର୍ଶ ଦିଆଯାଇଛି। ଜଣେ ହେଲେ ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି ସେଥିପ୍ରତି ଦୃଷ୍ଟି ଦେବାରୁ ବୈଠକରେ ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀମାନେ ପର୍ମପୂରଣ ପରେ ନିର୍ଦ୍ଦିଷ୍ଟ ବାକ୍ସରେ ପକାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଦରଖାସ୍ତଗୁଡ଼ିକୁ ଯାଞ୍ଚ କରାଯିବା ପରେ ଭୋଟର ତାଲିକାରେ ସେମାନଙ୍କୁ ସାମିଲ କରାଯିବା ସହ ନିର୍ବାଚନ ପୂର୍ବରୁ ଫଟୋ ପରିଚୟପତ୍ର ଯୋଗାଇ ଦିଆଯିବ। ଅତିରିକ୍ତ ଜିଲାପାଳ ବିନୟ ଦାଶ, ଉପଜିଲାପାଳ ଭବତାରଣ ସାହୁ, ଡ଼େପୁଟି କଲେକ୍ଟର ସୁମନ୍ତ କର, ପିପିଲି ତହସିଲଦାର ଆଶିଷ କୁମାର ଜେନାଙ୍କ ସମେତ ବିଭିନ୍ନ କଲେଜର ଅଧ୍ୟକ୍ଷ ଯୋଗ ଦେଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top