ଆମ ସଂସ୍କୃତି, କଳା ଓ ଐତିହ୍ୟ

ଯୁବ ପ୍ରତିଭା ପିଙ୍କନ ମହାନ୍ତି ଲୁକାୟିତ ପେନସିଲ୍ ଆର୍ଟରେ ଅବିଶ୍ୱସନୀୟ କଳାକୃତ୍ତି

ଯାଜପୁର-୧୪/୮(ଓଡିଆ ପୁଅ/ଏ.ରାଉତ) ସେ ଭେଟେରିଆନ୍ ବଲିଉଡ୍ କଳାକାର୍ ସ୍ୱର୍ଗତ ଓମ୍ ପୁରୀ ହୁଅନ୍ତୁ କିମ୍ବା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହିଲି ହୁଅନ୍ତୁ କିମ୍ବା ବଲିଉଡର ଭାଇଜାନ୍ ସଲମାନ୍ ଖାନ୍ ହୁଅନ୍ତୁ ମାତ୍ର ଖଣ୍ଡିଏ ପେନସିଲ୍ , ଫଦେ୍ର୍ଦ କାଗଜ ଓ କେଇ ମିନିଟ ସମୟର ପରିଶ୍ରମରେ ସେ ଗଢି ତୋଳନ୍ତି ଏହି କଳାକାର ମାନଙ୍କର ଅବିକଳ ପ୍ରତିଛବି । ଖାଲି ଏତିକି ନୁହେଁ ସେ ଯେ କୌଣସି ମଣିଷ କିମ୍ବା ଦେବାଦେବୀଙ୍କ ପ୍ରତିଛବି କୁ ସହଜରେ ଋପ ଦେଇ ପାରନ୍ତି ନିଜ କଳାକୃତ୍ତି ବଳରେ । ସେ ଏମିତି ଏକ ଯୁବ ପ୍ରତିଭା ଯାହାଙ୍କର ପେନସିଲ୍ ର ସ୍ପର୍ଶରେ ଜୀବନ୍ତ ହୋଇଉଠେ କଳାକୃତ୍ତି । ହେଲେ ଆର୍ଥିକ ଅନାଟନ ଓ ପ୍ରୋତ୍ସାହନର ଅଭାବ ପାଇଁ ଏଭଳି ଏକ ପ୍ରତିଭାବାନ୍ ଯୁବକଙ୍କ କଳା ବଣମଲ୍ଲୀ ବଣରେ ଫୁଟି ବଣରେ ଝଡି ଜିବା ସଦୃଶ୍ୟ ଗ୍ରାମାଂଚଳରେ ଲୁକାୟିତ ହୋଇ ରହିଯାଇଛି । ଯାହାଙ୍କର କଳାକୃତ୍ତିକୁ ଲୋକଲୋଚନକୁ ଆଣିବା ପାଇଁ ଆମର ଛୋଟିଆ ଏକ ପ୍ରୟାସ ।
ପିଙ୍କନ ମହାନ୍ତି । ବୟସ ୨୮ବର୍ଷ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ଥାନା ଚକ୍ରଧରପୁର ପଂଚାୟତ କୁଶୁନ୍ପୁର ଗ୍ରାମ ହେଉଛି ଏହି ଯୁବକଙ୍କ ଠିକଣା । ବାପା ଭରତ ଚନ୍ଦ୍ର ମହାନ୍ତିଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲେ ମଧ୍ୟ ପିଲା ମାନଙ୍କ ପାଠପଢାରେ ସେ କେବେ ଅବହେଳା କରିନାହାନ୍ତି ଯାହା ପାଇଁ ପିଙ୍କନ ବିଜ୍ଞାନରେ ଗ୍ରାଜୁଏଟ୍ ପରେ ସେଫ୍ଟି ଇଂଜିନିୟରିଙ୍ଗ୍ ପାସ୍ କରିଛନ୍ତି । ତେବେ ପିଲାଟି ବେଳୁ ଚିତ୍ର ଆଙ୍କିବା ତାଙ୍କର ଥିଲା ସବୁଠୁ ବଡ ନିଶା । ବିଦ୍ୟାର୍ଥୀ ଜୀବନରେ ଅନ୍ୟ ପିଲାମାନେ ସମୟ ପାଇଲେ ଖେଳକୁଦରେ ସମୟ ଅତିବାହିତ କରୁଥିବା ବେଳେ ପିଙ୍କନକୁ ଟିକିଏ ସମୟ ମିଳିଲେ ଚିତ୍ର ଆଙ୍କିବାରେ ମଗ୍ନ ହୋଇଯାଆନ୍ତି ସେ । ଏପରିକି ଆଙ୍କିବା ନିଶାରେ ଖାଇବା ପିଇବା ମଧ୍ୟ ଭୂଲି ଯାଆନ୍ତି । ଦିନକୁ ଦିନ ଚିତ୍ର ଆଙ୍କିବା ପ୍ରତି ତାଙ୍କର ରୁଚି ବଢୁଥିବା ବେଳେ ପରିବାର ଲୋକ ମଧ୍ୟ ତାଙ୍କୁ ସହଯୋଗ କରିଥିବା ପ୍ରକାଶ କରିଛନ୍ତି ସେ । ମାତ୍ର ୮ମ ଶ୍ରେଣୀରେ ପାଠ ପଢୁଥିବା ସମୟରୁ ପେନସିଲ୍ ରେ ବିଭିନ୍ନ ଆର୍ଟ କରି ସେ ବିଦ୍ୟାଳୟର ଏକାଧିକବାର ପୁରସ୍କୃତ ହୋଇଛନ୍ତି । ହେଲେ ଗରୀବ ପରିବାରରେ ଜନ୍ମ ଏହି ପ୍ରତିଭାବାନ୍ ଯୁବକଙ୍କ ଆଶାଥିଲା କଳା ବିକାଶ କେନ୍ଦ୍ରରେ ପାଠ ପଢି ନିଜର କଳାକୃତ୍ତିକୁ ଆହୁରି ରୁଦ୍ଧିମନ୍ତ କରିବାକୁ ହେଲେ ଆର୍ଥିକ ପ୍ରତିବନ୍ଧକ ତାଙ୍କ ଇଚ୍ଛାରେ ବାଧକ ସାଜିଥିଲା । ହେଲେ ବି ସେ ଭାଙ୍ଗି ପଡିନଥିଲେ । ନିଜ ପରିବାର ସ୍ଥିତିକୁ ଆଖି ଆଗରେ ରଖି ପାଠପଢା ଖର୍ଚ୍ଚରୁ କିଛି ସଂଚୟ କରି ଡ୍ରଇଁ ସିଟ୍ , ପେନସିଲ୍, ରଙ୍ଗ ଓ ତୁଳି ଇତ୍ୟାଦି କିଣି ନିଜ ଘରେ ବସି ବିଭିନ୍ନ ଚିତ୍ର ଆଙ୍କୁଛନ୍ତି ପିଙ୍କନ । ତାଙ୍କର ଚିତ୍ରକଳା ପାଇଁ ସେ ତାଙ୍କ ସାଙ୍ଗ ମହଲଠୁ ଆରମ୍ଭ କରି ଗ୍ରାମବାସୀ ଓ ସ୍ଥାନୀୟ ଜନତାଙ୍କ ଭିତରେ ବହୁତ ଆଦ୍ରୁତ । ଏପରିକି ନିଜ ଗ୍ରାମରେ ହେଉ କିମ୍ବା କୌଣସି ସାଥି ପରିଜନଙ୍କ କୌଣସି ବିବାହ, କିମ୍ବା ଜନ୍ମଦିନ ହେଲେ ନିଜେ ଆଙ୍କିଥିବା ଚିତ୍ରକଳାକୁ ବାଇଡିଙ୍ଗ୍ କରି ସେ ଉପହାର ସଦୃଶ୍ୟ ପ୍ରଦାନ ମଧ୍ୟ କରିଥାନ୍ତି । ପୁର୍ବତନ ବଲିଉଡ୍ କଳାକାର ସ୍ୱର୍ଗତ ଓମପୁରୀ, ବଲିଉଡର ବଜରଙ୍ଗି ଭାଇଜାନ୍ ସଲମାନ୍ ଖାନ୍, ପୁର୍ବତନ କି୍ରକେଟର ଭାରତ ରତ୍ନ ସଚିନ୍ ତେନ୍ଦୁଲକର, ବିରାଟ୍ କୋହଲି, ରାଣୀ ପଦ୍ମାବତୀଙ୍କ ଭଳି ଶତାଧିକ କଳାକାର ଓ କ୍ରିକେଟର ମାନଙ୍କ ଅବିକଳ ଚିତ୍ର ଆଙ୍କି ନିଜର ସାଙ୍ଗମାନଙ୍କୁ ମଧ୍ୟ ସେ ଉପହାର ପ୍ରଦାନ କରିଥାନ୍ତି । ସେଫଟି ଇଂଜିନିୟର ଭାବେ ନିଜର କର୍ମମୟ ଜୀବନ ବାଛି ନେଇଥିବା ପିଙ୍କନ ନିଜର କଳାକୃତ୍ତି ପାଇଁ ୨୦୧୩ ମସିହା ରେ ଇମ୍ଫା ଖଣି ତରଫରୁ ଖଣି ସୁରକ୍ଷା ଉପରେ ଆଧାରିତ ପୋଷ୍ଟର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ବେଳେ ୨୦୧୫ରେ ଏଲ୍ ଆଣ୍ଡ ଟି କମ୍ପାନୀ ତରଫରୁ ପ୍ରଥମ ପୁରସ୍କାର, ୨୦୧୭ରେ ବାଲେଶ୍ୱର ଆଲୋଏଜ୍ କାରଖାନା ଓ ୨୦୧୮ରେ ଟାଟାଷ୍ଟିଲ୍ ତରଫରୁ ଦ୍ୱିତୀୟ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି । ଯେ କୌଣସି ମଣିଷକୁ ଦେଖି ଖଣ୍ଡିଏ ପେନସିଲ୍ ମାଧ୍ୟମରେ ତାଙ୍କର ଅବିକଳ ଚିତ୍ର ଆଙ୍କିବାର ପାରିଦର୍ଶିତା ରଖିଥିବା ପିଙ୍କନ ଜୀବନରେ ଜଣେ ଭଲ ଚିତ୍ରକାର ଓ ସମାଜସେବୀ ହୋବର ଲକ୍ଷ ରଖିଥିବା ବେଳେ ପରିବାର ଅନାଟନ, ଆର୍ଥିକ ସ୍ଥିତି ଓ ପ୍ରୋତ୍ସାହନ ଅଭାବ ଦିନକୁ ଦିନ ତାଙ୍କର ଏହି ଇଚ୍ଛାଶକ୍ତିକୁ ଯେ ଦୁର୍ବଳ କରିନଦେବ ଏକଥାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ତେବେ ଗ୍ରମାଂଚଳରେ ସିମିତ ରହିଯାଇଥିବା ଏଭଳି ଏକ ପ୍ରତିଭା ସମ୍ପନ୍ନ ଯୁବକ ପିଙ୍କନଙ୍କ କଳାକୃତ୍ତିକୁ ଲୋକ ଲୋଚନକୁ ଆଣିବାର ଆମର ଏ ପ୍ରୟାସ ପ୍ରଶାସନର ଦୃଷ୍ଟିଗୋଚର ହୋଇ ପ୍ରଶାସନ ନଜର ଦେଲେ ତାଙ୍କର ଇଚ୍ଛା ପୁରଣ ହୋଇ ପାରନ୍ତା ନିଶ୍ଚୟ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top