ad
ଜିଲ୍ଲା ପରିକ୍ରମା

ଯୁବ ଦିବସରେ ଭଗତ ସେନାର ବିଶାଳ ବାଇକ ଶୋଭାଯାତ୍ର

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆର୍ନ୍ତଜାତିକ ଯୁବ ଦିବସ ଅବସରରେ ଶହୀଦ ଭଗତ ସେନା ପକ୍ଷରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ର ଅନୁଷ୍ଠିତ ହୋଇଯାଇଛି। ଭଗତ ସେନାର ମୁଖ୍ୟ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ନେହେରୁ ଷ୍ଟାଡ଼ିୟମ ଠାରୁ ବାହାରିଥିଲା। ଶହସ୍ରାଧିକ ବାଇକ ଯୋଗେ ଭଗତ ସେନାର ସ୍ୱେଚ୍ଛାସେବୀମାନେ ଶୋଭାଯାତ୍ରାରେ ବହାରି ସମଗ୍ର ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରା ଶେଷରେ ଏକ ସଭା ସେନାର ମୁଖ୍ୟ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଚରମ୍ପା ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କୁ ବିଶ୍ୱ ଯୁବ ମାନସର ପ୍ରତୀକ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ସମ୍ମାନିତ ଅତିଥି ଭାବେ ସଂଜୟ ଭୋଳ, ଆଇନଜୀବୀ ମନୋଜ ରାୟ, ସୀତିକଣ୍ଠ ଦାସ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ବକ୍ତବ୍ୟ ରଖିଥିଲେ। ସଭାରେ ଅଧ୍ୟକ୍ଷତା କରୁଥିବା ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ଯୁବବର୍ଗଙ୍କୁ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ୱାନ ଦେଇଥିଲେ। ସଭା ଶେଷରେ ଭଦ୍ରକର ବିଭିନ୍ନ ଅନୁଷ୍ଠାନର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଭଗତ ସେନା ପକ୍ଷରୁ ରେକର୍ଡ଼ିଂ ହୋଇଥିବା ଦେଶାତ୍ମକବୋଧକ ସଂଗୀତର ସିଡ଼ି ଉନ୍ମୋଚନ କରାଯାଇଥିଲା। ଭଗତସେନାର ୨ହଜାରରୁ ଉର୍ଦ୍ଧ୍ୱ ସକ୍ରୀୟ କର୍ମୀ ଏହି କାର୍ଯ୍ରକ୍ରମକୁ ପରିଚାଳନା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top