ଜିଲ୍ଲା ପରିକ୍ରମା

ଯୁବ କଂଗ୍ରେସ ପକ୍ଷରୁ ରିଲିଫ୍ ବଣ୍ଟନ

ପୁରୀ:୮/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ନଗର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ପେଣ୍ଠକଟା, ହରଚଣ୍ଡି ବସ୍ତି ଓ ଧୋବାଖାଲ ବସ୍ତିରେ ବର୍ଷା ପାଣି ଘେରରେ ଥିବା ବସ୍ତିବାସିନ୍ଦାମାନଙ୍କୁ ବିସ୍କୁଟ ଓ ଅନ୍ୟାନ୍ୟ ଜିନିଷ ବଣ୍ଟନ କରାଯିବା ସହ ତୁରନ୍ତ ରିଲିଫ ଯୋଗାଇ ଦେବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନରେ ଯୁବ କଂଗ୍ରେସ ନେତା ଅମରେନ୍ଦ୍ର ପାଇକରାୟ, ସୁଜିତ୍ ମହାପାତ୍ର, ବିଶ୍ୱନାଥ ଦାସ, ସ୍ମୃତିରଞ୍ଜନ ପତି, ସନ୍ତୋଷ କୁମାର ପାଢ଼ୀ, କଳାକାହ୍ନୁ ଜେନା ପ୍ରମୁଖ ଧୋବାଖାଲ ଓ ହରଚଣ୍ଡି ବସ୍ତି ମଧ୍ୟକୁ ଏକ ଡଙ୍ଗାରେ ଯାଇ ପ୍ରାୟ ୫୦୦ରୁ ୬୦୦ଲୋକଙ୍କୁ ବିସ୍କୁଟ ବଣ୍ଟନ କରିଥିଲେ। ଦୁଇ ବସ୍ତିରେ ପ୍ରାୟ ବହୁ ପରିବାର ରହୁଥିବା ବେଳେ ଲଗାଣ ବର୍ଷାରେ ସମସ୍ତଙ୍କ ଘର ପାଣି ଘେରରେ। କଂଗ୍ରେସ ନେତା ସୁଜିତ୍ ମହାପାତ୍ର ଉପଜିଲ୍ଲାପାଳଙ୍କ ସହ ତୁରନ୍ତ ଏହି ଅଞ୍ଚଳରେ ରିଲିଫ୍ ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଆଇଟିଆଇ ଛକରେ ପଲିଥିନ୍ ଓ ରନ୍ଧାଖାଦ୍ୟ ପାଇଁ ଉତ୍ୟକ୍ତ ଲୋକ ରାସ୍ତା କରିଥିଲେ। ସିଟି ଡିଏସ୍ପି ପ୍ରଶାନ୍ତ କୁମାର ପଟ୍ଟନାୟକ, ସମୁଦ୍ରକୂଳ ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି ଓ ତହସିଲଦାର ପ୍ରବୀର କୁମାର ଖିଲାର ଘଟଣାସ୍ଥଳକୁ ଆସି ଲୋକଙ୍କୁ ପଲିଥିନ୍ ଓ ରିଲିଫ୍ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top