ଯୁବ ଆଇନଜିବୀ ନବକିଶୋର ବେହେରାଙ୍କ ଶ୍ରଦ୍ଧାଞ୍ଜଳି ସଭା

 

 

କେନ୍ଦ୍ରାପଡା ୨୦/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଜିଲ୍ଲା ପ୍ରତିଭାପୂଜା ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ପବ୍ଲିକ ରିଡିଙ୍ଗ ରୁମ୍ ପରିସରରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜନପ୍ରିୟ ଯୁବ ଆଇନଜିବୀ ସ୍ୱର୍ଗତ ନବକିଶୋର ବେହେରା (ନଟ)ଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ଓକିଲ ସଂଘ ସଭାପତି ଦେବଦାସ ମହାନ୍ତି, ପବ୍ଲିକ ପ୍ରସିକ୍ୟୁଟର ଭୀମସେନ ଭୂୟାଁ, ସମାଜସେବୀ ଡଃ. କଳ୍ପନା ମଲ୍ଲିକ ଅତିଥି ଭାବେ ଯୋଗଦେଇ ଯୁବ ଆଇନଜିବୀ ସ୍ୱର୍ଗତ ବେହେରାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତଃ ବେହେରା ଜଣେ ମଣିଷ ଭଳି ମଣିଷ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପରୋପକାରିତା,ସମାଜସେବା ଓ ମାର୍ଜିତ ବ୍ୟବହାର ପାଇଁ ସୂର୍ଗତ ବେହେରା ଚିରସ୍ମରଣିୟ ହୋଇ ରହିବେ ବୋଲି ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜିବୀ ଉମେଶ ଚନ୍ଦ୍ର ସିଂ, ଅକ୍ଷୟ କୁମାର ମହାନ୍ତି, ସରୋଜରାଜ ସିଂ, ଆଶୁତୋଷ ମହାନ୍ତି, ଅଞ୍ଜନା ମହାନ୍ତି, ବିବେକାନନ୍ଦ ସ୍ୱାଇଁ, ସରକାରୀ ଓକିଲ ସଂଜୟ କୁମାର ଜେନା, ବଳରାମ ଦାସ, ନୃସିଂହ ଚରଣ ତ୍ରିପାଠୀ, ଭାଗିରଥି ଜେନା, ବୈଷ୍ଣବ ଚରଣ ପ୍ରଧାାନ, ସୁବାସ ପାତ୍ର, ନିରଞ୍ଜନ ମେକାପ, ସଂଜୟ ରାଉତ,ସାମ୍ବାଦିକ ଚିତ୍ତରଞ୍ଜନ ଦାସ,ଅମରବର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଯୁବ ଆଇନଜିବୀ ସ୍ୱର୍ଗତଃ ବେହେରାଙ୍କ ସ୍ମୃତିଚାରଣ କରିଥିଲେ । ମନୋଜ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଗୋଲଖ ଚନ୍ଦ୍ର ପଢିଆରୀ ସ୍ୱାଗତ ଭାଷଣ ଓ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *