ଓଡ଼ିଶା

ଯୁବ ଆଇଏଏସ ଅଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆ ଦିଲ୍ଲୀ ୪-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୭୦ରୁ ଊର୍ଦ୍ଧ୍ୱ ଯୁବ ଆଇଏଏସ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେମାନେ ନିକଟରେ ଭାରତ ସରକାରଙ୍କ ଅଧୀନରେ ସହାୟକ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।

କ୍ଷେତ୍ର ତାଲିମ ସମୟରେ ସେମାନଙ୍କ ଅଭିଜ୍ଞତା ବ୍ୟକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ। ସେ ସେମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ଯେପରିକି ଉତମ ପ୍ରଶାସନ, ଜନ ଭାଗିଦାରୀ, ସୂଚନା ପ୍ରସାର, ସମ୍ବଳର ସର୍ବୋତମ ବିନିଯୋଗ, ଏବଂ ପ୍ରଶାସନ ପ୍ରତି ଲୋକମାନଙ୍କ ବିଶ୍ୱାସ ନେଇ ଆଲୋଚନା କରିଥିଲେ।

ନିକଟରେ କାର୍ଯ୍ୟକାରୀ ହୋଇଥିବା ପ୍ରଶାସନିକ ଯୋଜନା ଯେପରିକି ଗ୍ରାମ ସ୍ୱରାଜ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top