ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀ ଇରାଶିଷ ଆଚାର୍ଯ୍ୟଙ୍କ ଗିରଫଦାରୀ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ : ବିଜେପି

ଭୁବନେଶ୍ୱର, ୨୭-୭ (ଓଡ଼ିଆ ପୁଅ) : ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀ ଇରାଶିଷ ଆଚାର୍ଯ୍ୟଙ୍କ ଗିରଫଦାରୀକୁ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ସହ ଏହାକୁ ଦୃଢ ନିନ୍ଦା କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ହିଂସାରେ ଆଦୌ ବିଶ୍ୱାସ କରେ ନାହିଁ। ଅନ୍ୟ ପଟେ ହିଂସା ରାସ୍ତାକୁ ଆପଣାଇ ଅସହିଷ୍ନୁ ହୋଇପଡିଥିବା ଶାସକ ବିଜେଡି ନିଜ ରାଜନୈତିକ ବିରୋଧୀମାନଙ୍କୁ ଦମନ କରିବା ପାଇଁ ବିଭିନ୍ନ ପ୍ରକାରର ହୀନ ଚକ୍ରାନ୍ତ ଆରମ୍ଭ କରିଦେଇଛି। ସରଳ ଓ ନିରୀହ ରାଜ୍ୟବାସୀ ଆଗାମୀ ଦିନରେ ଏହାର ଉଚିତ୍ ଜବାବ୍ ନିଶ୍ଚିତ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *