ଯୁବମୋର୍ଚ୍ଚାର ବିକ୍ଷୋଭ ଓ କୁଶପୁତଳିକା ଦାହ

ପୁରୀ, ୨୨/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଓଡିଶାରେ ନାରୀ ସମାଜ ସୁରକ୍ଷିତ ନୁହଁନ୍ତି। ବିଗତ ୪ ବର୍ଷର ବିଜେଡି ସରକାର ସମୟରେ ନାରୀ ନିର୍ଯାତନା ବୃଦ୍ଧି ପାଇ ଚରମ ସୀମାରେ ପହଁଚିଂଛି। ନାରୀ ସୁରକ୍ଷା ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସମସ୍ତ ଜିଲ୍ଲା ସଦରମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି। ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବଗଲା ଧର୍ମଶାଳା ନିକଟରେ ଏହି ପରିପ୍ରେକ୍ଷୀରେ ଏକ ଶେଭାଯାତ୍ରା ବାହାରି ଟାଉନଥାନା ନିକଟକୁ ଯାଇଥିଲା। ଯୁବମୋର୍ଚ୍ଚା ସଦସ୍ୟ ମାନେ ବିଭିନ୍ନ ସ୍ଲୋଗାନ ଦେଇ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଟାଉନ ଥାନା ସମ୍ମୁଖରେ ଯୁବମୋର୍ଚ୍ଚାର ସଦସ୍ୟ ମାନେ ସଭାପତି ଜୟନ୍ତ ଦାସଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରୀ ନିର୍ଯାତନାର ତୀବ୍ର ପ୍ରତିବାଦ କରିଥିଲେ। କର୍ମୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ। ଯୁବମୋର୍ଚ୍ଚା ସାଧାରଣ ସଂପାଦକ ସୌମ୍ୟରଂଜନ ଲେଙ୍କା, ଉପସଭାପତି ସଂଜୟ ପ୍ରଧାନ, ସତରୂପା ମିଶ୍ର, ଲକ୍ଷ୍ମିକାନ୍ତ ପରିଡା, ବିଉୂ ଦାସ, ବାବୁନା, ଶୁଭଲକ୍ଷ୍ମୀ ଦାସ, ଚିନ୍ମୟ ପରିଡା, ପପୁ ଦଳବେହେରା, ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇ ରାଜ୍ୟସରକାରଙ୍କର ତୀବ୍ର ଭର୍ଚ୍ଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ।

Leave a Reply

Your email address will not be published. Required fields are marked *