ଜିଲ୍ଲା ପରିକ୍ରମା

ଯୁବବର୍ଗର ପ୍ରତିବାଦ ; ବେଆଇନ ବାଲିଉଠାଣକୁ ବିରୋଧ କରି ଜିଲାପାଳଙ୍କୁ ଦାବୀପତ୍ର

ଯାଜପୁର -୩୦/୫(ଓଡିଆ ପୁଅ/ଏ,ରାଉତ) ଯାଜପୁର ଜିଲାରେ ପ୍ରବାହିତ ହେଉଥିବା ଖରସ୍ରୋତା, ବ୍ରାହ୍ମଣୀ, ବୈତରଣୀ, ବୁଢ଼ା ନଦୀ ସମେତ ଅନ୍ୟ ନଦୀମାନଙ୍କର ବେଆଇନଭାବେ ବାଲିଉଠାଣ କରି ବିକ୍ରି କରାଯାଉଛି । ସରକାର ବର୍ଷକୁ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛି । ତହସିଲ ପ୍ରଶାସନ, ସ୍ଥାନୀୟ ପୁଲିସ ଓ ରାଜନେତାଙ୍କ ସଲାସୁତୁରାରେ ବେଆଇନ ବାଲି କାରବାର ହେଉଛି । ପ୍ରତିବାଦ କଲେ ବାଲିମାଫିଆ ଧମକ ଦେଉଥିବା ଦେଖିବାକୁ ମିଳିଥାଏ । ଏପରିସ୍ଥଳେ ବେଆଇନ ବାଲିଉଠାଣକୁ ପ୍ରତିବାଦ କରି ଯୁବବର୍ଗ ଜିଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିବା ସହ ରାଜସ୍ୱ ମନ୍ତ୍ରୀ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନିକଟକୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଯାଜପୁର ବ୍ଲକ୍ର ବେରୁଦା, ଭୂଇଁପୁର, ରସୁଲପୁର ବ୍ଲକ୍ର ବାହାଦଲାପୁର, ନରସିଂହପୁର, ଖରସ୍ରୋତା ନଦୀର ୫ଟି ଗାଟରୁ ଦୀର୍ଘ ୧୦ ବର୍ଷ ହେବ ବେଆଇନଭାବେ ଜେସିପି ମେସିନ୍ ଦ୍ୱାରା ବାଲିଉଠାଣ କରାଯାଇ ହାଇୱା, ଟିପର, ଟ୍ରକ୍, ଟ୍ରାକ୍ଟର ଯୋଗେ ବାହାର ଜିଲାକୁ ଚାଲାଣ କରାଯାଉଛି । ଏହି ବେଆଇନ ବାଲିଉଠାଣ ସମ୍ପର୍କରେ ଯାଜପୁର ଓ ରସୁଲପୁର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ବରଂ ସ୍ଥାନୀୟ ଆର.ଆଇ. ଓ ତହସିଲ କର୍ମଚାରୀ ମାସିକ ମୋଟା ଅଙ୍କର ଅର୍ଥ ବାଲିମାଫିଆଙ୍କଠାରୁ ନେଉଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି । ଦିନରାତି ବେଆଇନ ବାଲିଉଠାଣ କରି ନଦୀବନ୍ଧରେ ଭାରୀଯାନ ଚଳାଚଳ ଯୋଗୁ ନଦୀବନ୍ଧ ଦୁର୍ବଳ ହେବାସହ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି । ଗାଡ଼ିଗୁଡ଼ିକ ନଦୀବନ୍ଧରେ ଦ୍ରୁତଗତିରେ ଚଳାଚଳ ଯୋଗୁ ନଦୀବନ୍ଧ ପାଶ୍ୱର୍ରେ ଥିବା ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଉପରୋକ୍ତ ଅଞ୍ଚଳରେ ବାଲି ଗାଡ଼ି ଦୁର୍ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି । ଏ ସମ୍ପର୍କରେ ଥାନାରେ ଅଭିଯୋଗ କଲେ ପୁଲିସ ବିଭିନ୍ନ ପ୍ରକାର ଭୟ ଦେଖାଇ ମାମଲାକୁ ରଫାଦଫା କରି ଦେଉଥିବା ସ୍ଥାନୀୟ ଅଞ୍ଚଳ ଯୁବକମାନେ ଅଭିଯୋଗ କରିଛନ୍ତି । ଦୀର୍ଘ ୧୦ ବର୍ଷ ମଧ୍ୟରେ ନଦୀବନ୍ଧ ମରାମତି ହୋଇନଥିବାବେଳେ ବାରମ୍ବାର ଅଧିକ ପରିମାଣର ଓଦାବାଲି ବୋଝେଇ ଭାରୀଜାନ ଚଳାଚଳ ଯୋଗୁ ବନ୍ଧୁ ଦୁର୍ବଳ ହେବାରୁ ନଦୀବନ୍ଧ ପାଶ୍ୱର୍ରେ ବସବାସ କରୁଥିବା ଲୋକମାନେ ବନ୍ୟାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି । ତୁରନ୍ତ ଏହି ବେଆଇନ ବାଲିଉଠାଣକୁ ବନ୍ଦ କରିବାପାଇଁ ଉପରୋକ୍ତ ଗ୍ରାମର ଗ୍ରାମବାସୀ ଓ ଯୁବବର୍ଗ ନିବେଦନ କରି ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଦେବାଶିଷ ପଣ୍ଡା, ପ୍ରଭାତ ପଣ୍ଡା, ବଳରାମ ନାୟକ, ମଧୁସୂଦନ ପଣ୍ଡା, ଦୀପକ ସାହୁ, ଦୀପ୍ତିମୟୀ ପଣ୍ଡା, ଟୁନିପ୍ରଭା ସାହୁ, କେଶବ ମଲ୍ଲିକ, ସୁଜିତ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ଯୁବବର୍ଗମାନେ ଦାବୀପତ୍ରରେ ସାମିଲ ଥିଲେ ।
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top