ଯୁବବର୍ଗଙ୍କୁ ପ୍ରତିଯୋଗୀତା ପରୀକ୍ଷାରେ ପ୍ରସ୍ତୁତି କରାଇବା ପାଇଁ ରୋମନ ସୈନୀ ଛାଡ଼ିଲେ IAS ଚାକିରି

ନୂଆ ଦିଲ୍ଲୀ ୨୩-୮ (ଓଡ଼ିଆ ପୁଅ) ଆଇଏଏସ ଅଫିସର ରୋମାନ ସୈନୀ ଯୁବବର୍ଗଙ୍କୁ ପ୍ରତିଯୋଗୀତାମୂଳକ ପରୀକ୍ଷାପାଇଁ ପ୍ରସ୍ତୁତି କରାଇବାପାଇଁ ଆଇଏଏସ୍ ଚାକିରି ଛାଡ଼ି ଦେଇଛନ୍ତି। ବର୍ଷ ୨୦୧୫ ରେ ସୈନୀ ଜବଲପୁରରେ ଟ୍ରେନିଂ ଅବଧିରେ ଏସଡିଏମ ରହିଥିବା ସମୟରେ ଚାକିରିରୁ ଇସ୍ତଫା ଦେଇଦେଇଥିଲେ। ଯାହାଦ୍ୱାରା କେନ୍ଦ୍ରୀୟ କାର୍ମିକ, ଲୋକ ଅଭିଯୋଗ ଏବଂ ପେନ୍ଶନ ମନ୍ତ୍ରଣାଳୟ (ଡିଓପିଟି) ତିନି ବର୍ଷ ପରେ ଅପ୍ରିଲ ୨୦୧୮ ରେ ସ୍ଵୀକାର କରି ନେଇଛନ୍ତି। ନିକଟରେ ରାଜ୍ୟ ଶାସନ ସୈନୀଙ୍କର ନାମକୁ ଆଇଏଏସ ଗ୍ରେଡେସନ ଲିଷ୍ଟରୁ ହଟାଇବା ପାଇଁ ସୂଚନା ପଠାଇଛି।

୨୨ ବର୍ଷ ବୟସରେ ୟୁପିଏସସିରେ ୧୮ତମ ରାଙ୍କ ନେଇକରି ଆଇଏଏସ ଅଫସର ବନିଥିଲେ ସୈନୀ ୨୦୧୪ ରେ। ଚାକିରିରେ ଆସିବାର କିଛି ସମୟ ପରେ ଯୁବାବର୍ଗଙ୍କୁ ପ୍ରତିଯୋଗୀ ପରୀକ୍ଷା ନି:ଶୁଳ୍କ ପ୍ରଶିକ୍ଷଣ ଦେବାକୁ ଲାଗିଲେ। ୧୧ ସେପ୍ଟେମ୍ବର ୨୦୧୫ ରେ ସେ ବ୍ୟକ୍ତିଗତ ଏବଂ ପାରିବାରିକ କାରଣ ଦର୍ଶାଇ ଚାକିରିରୁ ଇସ୍ତଫା ଦେଇଥିଲେ। ଡିଓପିଟି ନିକଟରେ ତାଙ୍କର ଇସ୍ତଫା ମଞ୍ଜୁର କରିବାର ସୂଚନା ରାଜ୍ୟ ଶାସନଙ୍କୁ ଦେଇଛି। ଇସ୍ତଫା ଦେବାର ତାରିଖ ମଞ୍ଜୁର ହେବା ପର୍ଯ୍ୟନ୍ତ ତାଙ୍କର ଅକାର୍ଯ୍ୟ ଦିବସ ମନାଯାଇଛି। ତାଙ୍କୁ ଏହି ସମୟର ବେତନ ମିଳିବ ନାହିଁ।

ୟୁପିଏସସି ଏବଂ ଏମ୍ସର ପ୍ରବେଶ ପରୀକ୍ଷାରେ ସଫଳ ରହିଥିବା ସୈନୀ ବର୍ତ୍ତମାନ ପ୍ରତିଭାଶାଳୀ ଗରୀବ ଯୁବାକ ମାନଙ୍କୁ ନି:ଶୁଳ୍କ ୟୁପିଏସସି ପ୍ରସ୍ତୁତି କରାଉଛନ୍ତି। ପ୍ରତିଯୋଗୀ ପରୀକ୍ଷା ପାଇଁ ଠିକ ଗାଇଡାନ୍ସ ନ ମିଳିବା କାରଣରୁ ଗରୀବ ଯୁବବର୍ଗ ପ୍ରସ୍ତୁତ କରିପାରୁ ନାହାଁନ୍ତି। ଏହାକୁ ଦେଖି ସୈନୀ ଚାକିରି ଛାଡ଼ିକରି ଯୁବାବର୍ଗଙ୍କୁ ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତି କରାଇବା ପାଇଁ ନିଷ୍ପତି ନେଇଛନ୍ତି। ସେ ଅନଲାଇନ କୋଚିଂଗ ପାଇଁ ୱେବସାଇଟ ଆରମ୍ଭ କରିଛନ୍ତି। ଏହା ଉପରେ ସେ କୋଚିଙ୍ଗ ନେଉଥିବା ଯୁବକମାନଙ୍କର ପ୍ରଶ୍ନର ଉତ୍ତର ଦେଉଛନ୍ତି।

Leave a Reply

Your email address will not be published. Required fields are marked *