ଓଡ଼ିଶା

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଢେଙ୍କିକୋଟ, ତା୦୭/୦୯(ଓଡ଼ିଆ ପୁଅ /ବିରେନ୍ଦ୍ର କୁମାର) ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଟିକିରା ଶିବମନ୍ଦିର ପଛପାଖ ପୋଖରୀ ନିକଟରେ ଜଣେ କଲେଜ ପଢୁଆ ଯୁବତୀ ର ଗଳିତ ଶବକୁ ଗତ କାଲି ସନ୍ଧ୍ୟାରେ ଘଟଗାଁ ପୋଲିସ ଉଦ୍ଧାର କରିଛି। ମୃତ ଯୁବତୀ ଜଣଙ୍କ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ନୁସୁରିପଶି ଗ୍ରାମର ଦଶରଥ ପଳେଇଙ୍କ ଝିଅ ଅନୁପମା ପଲେଇ। ତେବେ ଗତ ସୋମବାର ଘର ଛାଡିଥିବା ଅନୁପମା ଟିକିରା ଗ୍ରାମର ମାମୁ ଘରକୁ ଆସିଥିବା କୁହାଯାଉଥିବା ବେଳେ ଅନୁପମା ସେଠାକୁ ଯାଇନଥିଲେ। ଘରଲୋକ ଅନୁପମକୁ ଖୋଜାଖୋଜି କରୁଥିବା ବେଳେ ଗୁରୁବାର ଅପରାହ୍ନରେ ଏକ ଗଳିତ ଶବ ଟିକିରା ଶିବମନ୍ଦିର ପଛପାଖ ଏକ ଚାକୁଣ୍ଡା ଗଛରେ ଓଢ଼ଣିରେ ଫାଶି ଲଗା ଅବସ୍ଥାରେ ଥିବା ପୋଲିସ କୁ ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଅନୁପମାଙ୍କ ପରିବାର ଲୋକେ ଘଟଣାକୁ ବିଶ୍ବାସ କରୁନଥିବା ବେଳେ ଅନୁପମକୁ ହତ୍ୟା କରାଯିବା ପରେ ଏହାକୁ ଆତ୍ମହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ କରିଛନ୍ତି। ଏନେଇ ଘଟଗାଁ ଥାନାରେ ଏକ ମାମଲା ରୁଜୁ କରିବା ସହ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ମୃତ ଯୁବତୀର ଶବ ବ୍ୟବଛେଦ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top