ଯୁବତୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କୋରାପୁଟ ; ତା୧୦-୦୪-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସେମିଳିଗୁଡା ଥାନା ମିସିଙ୍ଗଗୁଡା କ୍ରସର ନିକଟ ଏକ ଜାମୁକୋଳି ଗଛ ତଳେ ଜଣେ ଅପରିଚିତ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଯୁବତୀ ଜଣକ ଚୁଡିଦାର ପିନ୍ଧିଥିବାବେଳେ ତାଙ୍କ ଓଢଣି ଜାମୁକୋଳି ଗଛରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ତେବେ ଯୁବତୀ ଜଣକ ବେକରେ ଓଢଣି ଦେଇ ଆତ୍ମହତ୍ୟା କରିଛନ୍ତି ନାଁ କେହି ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଆତ୍ମହତ୍ୟାର ରଙ୍ଗ ଦେବାକୁ ଅପଚେଷ୍ଟା କରିଛି ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଯୁବତୀଙ୍କ ଉଚତା ସହ ଭୂମିରୁ ଓଢଣି ବନ୍ଧା ହୋଇଥିବା ଡାଳର ଉଚତା ସମାନ ରହୁଥିବାରୁ ଘଟଣାକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ମୃତଦେହ ଗଛ ମୂଳେ ପଡିଥିବାବେଳେ ଓଢଣିଟି ଗଛରେ ଝୁଲି ରହିଛି। ସେମିଲିଗୁଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *