କୋରାପୁଟ

ଯୁବଗୋଷ୍ଠୀ ମାଓ ସଙ୍ଗଠନରେ ସାମିଲ ହେବାକୁ ଅରୁଣାଙ୍କ ଆହ୍ୱାନ

କୋରାପୁଟ; ତା୨୩-୦-୫-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଗରିବ ,ଦଳିତ ଓ ଆଦିବାସୀଙ୍କୁ ନ୍ୟାୟ ଦେବା,ଅତ୍ୟାଚାରରୁ ଉଦ୍ଧାର କରିବା ଲକ୍ଷ ନେଇ ମାଓବାଦୀ ଲଢେଇ କରି ଆସୁଛନ୍ତି,କିନ୍ତୁ ସରକାର ମାଓବାଦୀଙ୍କୁ ଆଦିବାସୀ ଦଳିତ ବିରୋଦ୍ଧି ବୋଲି ସାଧାରଣରେ ଭ୍ରମ ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଶ୍ରୀକାକୂଲମ-କୋରାପୁଟ ଡିଭିଜନାଲ କମିଟି(ସିପିଆଇ ମାଓଇଷ୍ଟ)ର ସମ୍ପାଦିକା ମାଓନେତ୍ରୀ ଅରୁଣା ଗଣ ମାଧ୍ୟମକୁ ଦେଇଥିବା ତେଲୁଗୁ ଭାଷାରେ ଲିଖିତ ଚିଠିରେ ଉଲେଖ କରିଥିବାବେଳେ ପୋଲିସ ଓ ସରକାରର ମିଥ୍ୟା ପ୍ରଚାରରେ ବିଶ୍ୱାସ ନକରି ଯୁବଗୋଷ୍ଠୀ ମାଓ ସଙ୍ଗଠନରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି । ମାଓବାଦୀ ସାମାଜିକ,ଆର୍ଥିକ ପରିବର୍ତନ ଆଣିବାକୁ ସଂଗ୍ରାମ ଜାରି ରଖିଛି,ଯେଉଁମାନେ ମାଓବାଦୀଙ୍କ ପ୍ରକୃତ ଉଦେ୍ଦଶ୍ୟ ବୁଝି ସମର୍ଥନ କରୁଛନ୍ତି ସେମାନଙ୍କୁ ପୋଲିସ ମିଥ୍ୟ ମାମଲାରେ ଛନ୍ଦି ଗିରଫ କରୁଥିବାବେଳେ ଏନକାଉଂଟର ନାଁରେ ନିରୀହ ଲୋକଙ୍କୁ ହତ୍ୟା କରୁଥିବା ଅରୁଣା ଅଭିଯୋଗ କରିଛନ୍ତି । ଗଣ ମାଧମକୁ ଦେଇଥିବା ଏହି ଚିଠିରେ ଅରୁଣା ଯୁବଗୋଷ୍ଠୀ ମାଓ ସଙ୍ଗଠନରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top