ଯୁବଗୋଷ୍ଠୀଙ୍କୁ ରୋଜଗାରକ୍ଷମ କରିବ ତାଳଚେର ସାର କାରଖାନା : କାଳନ୍ଦି ସାମଲ

ତାଳଚେର, ୧୪/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀର ୬ଟି ମଣ୍ଡଳର ଯୁବ ମୋର୍ଚ୍ଚା ପଦାଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୁରୁଣା ଏଫ୍.ସି.ଆଇ. ନିକଟସ୍ଥ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଯୋଗ ଦେଇ ନୂତନ ତାଳଚେର ଫର୍ଟିଲାଇଜର ଲିଃ କାର୍ଯ୍ୟକ୍ଷମ ହେଲେ ବେକାର ଯୁବକମାନେ ଏଥିରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇପାରିବେ ବୋଲି ମତପ୍ରକାଶ କରିଥିଲେ। ମୋଦୀଜୀଙ୍କ ଶାସନରେ ବ୍ୟାପକ ଭାବେ ରୋଜଗାର ସୃଷ୍ଟି ହୋଇଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ଦୀପକ କୁମାର ଗୋଛାୟତ, ବିଧାନସଭା ପ୍ରଭାରୀ ଡିଲେଶ୍ୱର ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ନନ୍ଦଙ୍କ ସମେତ ସମସ୍ତ ମଣ୍ଡଳର ସଭାପତି ଏବଂ ୟୁଥ୍ ଓଡିଶା କୋଡି ନେଟର ସୁରେଶ ଚନ୍ଦ୍ର ସାମଲ, ଯୁଗ୍ମ କୋଡିନେଟର ଦେବେନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ୬ଟି ମଣ୍ଡଳରୁ ହଜାର ହଜାର ସଂଖ୍ୟାରେ ଯୁବକମାନେ ମୋଦିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *