Home ଓଡ଼ିଶା ଯୁବକ ନିଖୋଜ

ଯୁବକ ନିଖୋଜ

64

ହାଟଡ଼ିହି, ୨୯ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ବିରିଡି ଗ୍ରାମର ଶୁଭ୍ରାଶୁଂ ଶେଖର ବ୍ରହ୍ମ (୨୬)ନାମକ ଜଣେ ଯୁବକ ଗତ ୨୩ତାରିଖରୁ ନିଖୋଜ ହୋଇଯାଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଶୁଭୟାଶୁଂଙ୍କ ବାପା ବିନୋଦ ବିହାରୀ ବ୍ରହ୍ମଙ୍କ ଅଭିଯୋଗ ଅନୁଯାଇ ଗତ ୨୩ତାରିଖ ମଧ୍ୟାହ୍ନରେ ସେ ଘରୁ ନିଜ ବାଇକ ଓଡି୦୯ଏପ୬୫୦୪ରେ ଛେନାପଦି ବଜାର ଆଡକୁ ଆସି ଆଉ ଘରକୁ ଫେରି ନଥିଲା । ଏପରିକି ତାର ମୋବାଇଲ, ମନିପର୍ସ ଓ ଏଟିଏମ କାର୍ଡ ବି ଆଣି ନଥିଲା । ପରିବାର ଲୋକେ ଅନେକ ଆଡେ ଖେୋଜାଖୋଜି କରୁଥିବାବେଳେ ୨୭ତାରିଖ ଦିନ ମଙ୍ଗୁଳି ଟୋଲଗେଟର ନିରାପତ୍ତା କର୍ମଚାରୀମାନେ ୨ଦିନ ହେଲା ବାଇକ୍‌ଟି ଥୁଆ ଯାଇଥିବା ଦେଖି ତାଙ୍କ ଘରକୁ ସୁଚନା ଦେଇଥିଲେ । ସେ ପୁର୍ବରୁ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାମ ମଧ୍ୟ କରୁଥିଲା । ଯଦି କେହି ସହୃଦୟ ବ୍ୟକ୍ତି ଶୁଭ୍ରାଶୁଂଙ୍କ ସମ୍ପର୍କରେ ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ୬୩୭୧୮୦୩୧୪୦ରେ ଯୋଗାଯୋଗ କରିବାକୁ ବାପା ବିନୋଦ ବିହାରୀ ବ୍ରହ୍ମ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.