ଓଡ଼ିଶା

ଯୁବକଙ୍କ ସହ ମହିଳାଙ୍କ ଅବୈଧ ପ୍ରେମ ସଂପର୍କ ବିବାହର ରୂପ ନେଲା

କେନ୍ଦୁଝର, ୧୧ା୮(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ବିବାହିତା ମହିଳା ଯାହାରକି ଗୋଟିଏ ୪ବର୍ଷର ଝିଅ ଅଛି ସିଏ ଅନ୍ୟ ଜଣେ ଯୁବକଙ୍କ ସହ ଦୈହିକ ସଂପର୍କ ରଖିବା ଓ ଶେଷରେ ଗାଁ ଲୋକଙ୍କ ହାତରେ ଧରାପଡି ମାଡ ଖାଇବା ସହ ସଂପର୍କ ରଖିଥିବା ଯୁବକଙ୍କ ସହ ମହିଳାଙ୍କର ବିବାହ ହେବା ଘଟଣା ଜିଲ୍ଲାବ୍ୟାପୀ ଚର୍ଚ୍ଚାର କେନ୍ଦ୍ରବିନ୍ଦ ପାଲଟିଛି। ଘଟଣାରୁ ପ୍ରକାଶ ଯେ, କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗାଁରେ ରହୁଥିବା ଏହି ମହିଳା ଜଣକ ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ପର୍ଜନପୁର ପଞ୍ଚାୟତ କସିରା ଗାଁର ମନୋଜ ମାଝୀ(୨୪)ଙ୍କ ସହ ନିୟମିତ ଦୈହିକ ସଂପର୍କ ରଖି ଆସୁଥିଲା। ମହିଳାଙ୍କ ସ୍ୱାମୀ ବାହାରେ ଚାକିରୀ କରୁଥିବାବେଳେ ଏହାର ସୁଯୋଗ ନେଇ ବିବାହିତା ମହିଳା ଜଣକ ବିଳମ୍ବିତ ରାତ୍ରିରେ ପ୍ରେମିକକୁ ଡକାଇ ଏହି ଅନୈତିକ ସଂପର୍କ ନିୟମିତ ରଖୁଥିବାବେଳେ ଚୋର ଘର ସବୁଦିନ ଅନ୍ଧାର ନଥିବା ପରି ଦିନେ ଏହି କଥା ପ୍ରଘଟ ହୋଇଥିଲା। ଗୁରୁବାର ବିଳମ୍ବିତ ରାତ୍ରିରେ ପୂର୍ବପରି ନିଜର ଚାରିବର୍ଷର ଝିଅକୁ ଖଟରେ ଏକା ଶୁଆଇ ସାମ୍ନା ପଟୁ ଘର କବାଟ ବନ୍ଦ କରି ଏକ ପରିତ୍ୟକ୍ତ ଘରେ ଦୈହିକ ସଂପର୍କ ରଖୁଥିବାବେଳେ ହଠାତ୍ ଛୁଆର ନିଦ ଭାଙ୍ଗିଯିବାରୁ ମାକୁ ବିଛଣାରେ ନପାଇ କାନ୍ଦି କାନ୍ଦି କବାଟ ବାଡେଇଥିଲା। ପରିବାର ଲୋକେ କୁନି ଝିଅର କାନ୍ଦଣା ଶୁଣି କବାଟ ଖୋଲି ମହିଳାଙ୍କୁ ନପାଇବାରୁ ଗାଁ ସାରା ଖୋଜାଖୋଜି କରିଥିଲେ। ପରିବାର ଲୋକଙ୍କ ସହ ଗ୍ରାମବାସୀମାନେ ମଧ୍ୟ ମହିଳାଙ୍କୁ ଖୋଜାଖୋଜି କରିବା ସମୟରେ ଗାଁ ମୁଣ୍ଡରେ ଥିବା ଏକ ଘରୁ ଉଭୟ ମହିଳା ଓ ମନୋଜଙ୍କୁ ଏକାଠି ଦେଖିବାକୁ ପାଇଥିଲେ। ଗ୍ରାମବାସୀମାନେ ବିବାହିତା ଚରିତ୍ରହୀନା ମହିଳା ଓ ପ୍ରେମିକଙ୍କୁ ଏକତ୍ର ଗୋଟିଏ ଜାଗାରେ ଦଉଡିରେ ବାନ୍ଧି ମାଡ ଦେବା ସହ ଗାଳିଗୁଲଜ କରିଥିଲେ। ତେବେ ପରେ ଉଭୟ ମହିଳାଙ୍କ ବାପଘର ଲୋକ ଓ ସ୍ୱାମୀଙ୍କ ପରିବାର ଲୋକମାନେ ଗ୍ରାମବାସୀଙ୍କ ଉପସ୍ଥିତିରେ ଉଭୟଙ୍କର ବିବାହ କରାଯାଇଥିଲା। ଶାଶୁଘର ସହ ସଂପର୍କ ଛିନ୍ନ କରି ମହିଳା ଜଣକ ପ୍ରେମିକ ମନୋଜ ସହ ଘର ସଂସାର କରିବାକୁ କହିବାରୁ ପରମ୍ପରା ଅନୁସାରେ ସେମାନଙ୍କର ବିବାହ କରାଯାଇଥିଲା। ପ୍ରେମିକ ମନୋଜ ଡିପ୍ଲୋମା ଇଞ୍ଜିନିୟରିଂର ଛାତ୍ର ହୋଇଥିବାବେଳେ ସେ କେନ୍ଦୁଝର ମାଇନିଂ ଇଞ୍ଜିନିୟରିଂ ସ୍କୁଲରେ ପଢନ୍ତି ବୋଲି ସୂଚନା ମିଳିଛି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ବିଷୟ ଜାଣିବା ପରେ ମଧ୍ୟ କୌଣସି ମାମଲା ରୁଜୁ କରିନଥିବା ଜଣାପଡିଛି। ତେବେ ପୋଲିସ ଉପସ୍ଥିତିରେ ସେମାନେ ଏକାଠି ରହି ସାଂସାରିକ ଜୀବନ ଅତିବାହିତ କରିବେ ବୋଲି ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top