ଓଡ଼ିଶା

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭଦ୍ରକ, ୨୪ା୪(ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ କୋରକଦା ଗ୍ରାମର କାଶୀନାଥ ପରିଡା (୪୨)ଆଜି ସନ୍ଦେହ ଜନକ ଭାବେ ତାଙ୍କ ମୃତ ଶରୀର ପୁଲିସ ଉଦ୍ଧାର କରିଛି। ଧାମନଗର କଲେଜ ନିକଟସ୍ଥ ଗୌଡବିଶୀ ନୂଆପଡାର ରାଣୀପୋଖରୀ ହୁଡା ଠାରେ ପୁଲିସ ତାଙ୍କ ଶବକୁ ଉଦ୍ଧାର କରିଛି। ସଂପୃକ୍ତ ଯୁବକ ଗତକାଲି ଘରୁ ଦିନ ୧୧ଟା ସମୟରେ ବାହାରିଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲେ। ଆଜି ତାଙ୍କ ଶରୀର ବିଭିନ୍ନ ସ୍ଥାନରେ କ୍ଷତିଚିହ୍ନ ଥିବା ଦେଖିବାକୁ ମିଳିଛି। ତେବେ ଏହି ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ସନ୍ଦେହ ସୃଷ୍ଟି ହୋଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା ଜଣାପଡିବ ବୋଲି ପୁଲିସ କହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top