ଯୁବକଙ୍କ ଆତ୍ମହତ୍ୟା

କୋରାପୁଟ ; ତା୧୨-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଟାଉନ ଥାନା ଅନ୍ତର୍ଗତ ସିନେମା ହଲ ସାହିରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ମିଳିଛି । ମୃତ ଯୁବକ ଜଣକ ନିକଟସ୍ଥ ସାହିର ପି.କେ.ପାଙ୍ଗି(୨୨) ବୋଲି ଜଣା ପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାଲି ବିଳମ୍ବିତ ରାତି ଯାଏ ମୃତ ପି.କେ.ପାଙ୍ଗି ମଦ୍ୟ ପାନ କରି ସେ ମରିଯିବେ ବୋଲି କହୁଥିଲେ । ଆଜି ସକାଳେ ସାହିର କେତେକ ମହିଳା ଶୌଚ ନିମନ୍ତେ ଯାଉଥିବାବେଳେ ଏକ ତେନ୍ତୁଲି ଗଛରେ ପିକେର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।

Leave a Reply

Your email address will not be published. Required fields are marked *