ଯୁବକଙ୍କୁ ରାତି ୯ଟାରେ ମରଣାନ୍ତକ ଆକ୍ରମଣ କରି, ଦୁର୍ବୁତମାନେ ଫେରାର

ବାହାନଗା/ବାଲେଶ୍ୱର, ୧୦/୦୯ (ଓଡ଼ିଆ ପୁଅ / ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ଝାଡ଼ତା- ବିଷ୍ଣୁପୁର ରାସ୍ତାର ତାଳବଣି ନିକଟରେ ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ କରି ଫେରାର ହେଇଯାଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଖରାସାହପୁର ଗ୍ରାମର ବିକର୍ତ୍ତନ ରାୟଙ୍କ ପୁଅ ଭବାନୀ ଶଙ୍କର (୨୮) ଝାଡ଼ତା ଛକରେ ଏକ ଜନସେବା କେନ୍ଦ୍ର କରିଛନ୍ତିା ରାତ୍ର ୮.୪୫ସମୟରେ ସେ ନିଜ କେନ୍ଦ୍ର ବନ୍ଦ କରି ଘର ଖରାସାହାପୁରକୁ ଯାଉଥିଲେ। ରାସ୍ତାର ତଳଳବଣି ଛକ ନିଟରେ ଏକ ନମ୍ବର ବିହୀନ ବାଇକରେ ୩ଜଣ ଦୁର୍ବୁତ୍ତ ତାଙ୍କ ପିଛା କରିଥିଲେ। ବାଇକକୁ ଭବାନୀଙ୍କ ବାଇକ ପାଖକୁ ଭିଡ଼ାଇ ଗୋଡ଼କୁ ପିଟିଥିଲେ। ସେ ପଡ଼ି ନଯିବାରୁ ତାଙ୍କ ଆଗକୁ ଯାଇ ଆଡ଼ା ପକାଇ ଭବାନୀଙ୍କ ବାଇକ ଚାବି ଛଡ଼ାଇ ଟଙ୍କା ମାଗିଥିଲେ। ଭବାନୀ ଟଙ୍କା ନଦେବାରୁ ଦୁର୍ବୁତ୍ତ ମାନେ ଏକ କୁରାଢୀରେ ତାଙ୍କର ମୁଣ୍ଡ ଓ ପିଠିକୁ ହାଣି ଥିଲେ। ସେହି ସମୟରେ ବିଷ୍ଣୁପୁର ଦିଗରୁ ୨ଟି ବାଇକର ଲାଇଟ ଆସୁଥିବାର ଦେଖି ଦୁର୍ବୁତ୍ତ ପୁଣି ଝାଡ଼ତା ଆଡ଼କୁ ପଳାଇ ଆସିଥିଲେ। ଭବାନୀଙ୍କର ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିବା ପାଇଁ ଭର୍ତ୍ତି କରିଥିଲେ। ଖବର ପାଇ ଗୋପାଳପୁର ଫାଣ୍ଡି ପୋଲିସ ଡାକ୍ତରଖାନାରେ ପହଞ୍ଚି ଥିବାର ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *