ଅନୁଗୁଳ

ଯୁବକଙ୍କର କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର

ଅନୁଗୋଳ, ୨୩/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ହଣ୍ଡପା ଥାନା ଅନ୍ତର୍ଗତ କୃଷ୍ଣପୁର ମଦଭାଟି ନିକଟରୁ ଜଣେ ଯୁବକଙ୍କର କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ସେବକ ସାହୁ ଏବଂ ତାଙ୍କ ଘର କୃଷ୍ଣପୁର ଗ୍ରାମରେ। ପ୍ରାପ୍ତ ସୂଚନା ଅନୁସାରେ ବୁଧବାର ସକାଳୁ ସେବକ ଓ ଏବଂ ଅନ୍ୟ ୫/୬ ଜଣ କୃଷ୍ଣପୁର ଗ୍ରାମ ମଦଭାଟି ନିକଟସ୍ଥ ଏଲ ଆଇ ପଏଂଟ ନିକଟରେ ମଦ ପିଇଥିଲେ। ଏହାପରେ କୈାଣସି କାରଣକୁ ନେଇ ସେମାନଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା ଏବଂ କେହିଜଣେ ଏକ କଟୁରୀ ଦ୍ୱାରା ସେବକଙ୍କୁ ମରଣାନ୍ତକ ଆକ୍ରମଣ କରିବାଦ୍ୱାରା ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସମସ୍ତେ ସେହି ସ୍ଥାନ ଛାଡ଼ି ପଳାଇଥିଲେ। ହଣ୍ଡପା ପୋଲିସ ଘଟଣାସ୍ଥଳରେ ଶବ ଜବତ କରିବାସହ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top