ଯୁଗ୍ମ ନିର୍ଦ୍ଦେଶକ ପଦବୀରୁ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି; କୋରାପୁଟ ସଦର ଡାକ୍ତରଖାନାର ଅଧିକ୍ଷକ ଭାବେ ଡାକ୍ତର କାଳି ପ୍ରସାଦ ବେହେରାଙ୍କ ବଦଳି

କୋରାପୁଟ ; ତା୨୪-୧୨-୧୭(ଓଡିଆପୁଅ/ରଂଜନ କୁମାର ଦାସ)ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ପଦବୀରୁ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ କାର୍ଯ୍ୟରତ ଅଧିକାରୀମାନଙ୍କୁ ପଦୋନ୍ନତି ଦିଆଯାଇଥିବା ଜଣାପଡିଛି। କୋରାପୁଟ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର କାଳି ପ୍ରସାଦ ବେହେରା ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇ କୋରାପୁଟ ସଦର ଡାକ୍ତରଖାନାର ଅଧିକ୍ଷକ ତଥା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଭାବେ ବଦଳି କରାଯାଇଛି।କୋରାପୁଟ ଏଡିଏମଓ ଥିବା ଡାକ୍ତର ପର୍ଶୁରାମ ଚମ୍ପତିରାୟଙ୍କୁ କୋରାପୁଟ ସଦର ଡାକ୍ତରଖାନାରେ ସର୍ଜରୀ ବିଶେଷଙ୍କ ଭାବେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି।କୋରାପୁଟ ଜିଲ୍ଲାରେ ଏଡିଏମଓ (ଜନସ୍ୱାସ୍ଥ୍ୟ) ଭାବେ କାର୍ଯ୍ୟରତ ଡାକ୍ତର ଅରୁଣ ପାଢୀଙ୍କୁ କୋରାପୁଟଠାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି। ଏଡିଏମଓ(ପରିବାର କଲ୍ୟାଣ) ଥିବା ଡାକ୍ତର ନାରାୟଣ ବେହେରାଙ୍କୁ କୋରାପୁଟ ଜିଲ୍ଲାରେ ଏଡିପିଏଚଓ(କୁଷ୍ଠ) ଭାବେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି।କୋରାପୁଟ ସଦର ଡାକ୍ତରଖାନାରେ କାର୍ଯରତ ଶିଶୁ ବିଶେଷଜ୍ଞ ଡାକ୍ତର ଜଗନ୍ନାଥ ରାଓଙ୍କୁ କ୍ୟାପିଟାଲ ହସପିଟାଲ,  ଭୁବନେଶ୍ୱର,  ଡାକ୍ତର ନିରଞନ ବେହେରାଙ୍କୁ ଖୋର୍ଦ୍ଧା,  ଡାକ୍ତର ରବି ମିଶ୍ର ଗଜପତି, ଡାକ୍ତର ଜେ .ପି.ଦାଶଙ୍କୁ କ୍ୟାପିଟାଲ ହସପିଟାଲ ଓ ଡାକ୍ତର ମାନଓ ସାମନ୍ତରାୟଙ୍କୁ କଟକ ସ୍ୱାସ୍ଥ୍ୟ ଅଧିକାରୀଭାବେ ୁ ବଦଳି କରାଯାଇଥିବା ଜଣାପଡିଛି।

କଟକରୁ ଇଏନଟି ବିଶେଷଙ୍କ ଡାକ୍ତର ଦେବଦତ ଆଚାର୍ଯ୍ୟଙ୍କୁ କୋରାପୁଟ ଡାକ୍ତରଖାନାକୁ ବଦଳି କରାଯାଇଥିବା ବେଳେ ଅନୁଗୁଲରୁ ଭେଷଜ ବିଶେଷଜ୍ଞ ଡାକ୍ତର ସାରସ୍ୱତ ମିଶ୍ର କୋରାପୁଟ ଡାକ୍ତରଖାନାକୁ ବଦଳି କରାଯାଇଥିବା ଜଣାପଡିଛି।ସେହିପରି ଅନୁଗୁଲରୁ ଡାକ୍ତର ଧନେଶ୍ୱର ମହାପାତ୍ର କୋରାପୁଟ ଏଡିପିଏଚଓ(ପରିବାର କଲ୍ୟାଣ),  କେନ୍ଦ୍ରାପଡାରୁ ଡାକ୍ତର ସୁଶାନ୍ତ କୁମାର ଦାସଙ୍କୁ କୋରାପୁଟ ଏଡିପିଏଚଓ(ଭିବିଡି) ଭାବେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି।କ୍ୟାପିଟାଲ ହସପିଟାଲ ଭୁବନେଶ୍ୱରରୁ ଡାକ୍ତର ପି .କେ.ସାମାନ୍ତରାୟଙ୍କୁ କୋରାପୁଟ ସଦର ଡାକ୍ତରଖାନାକୁ ସର୍ଜରୀ ବିଶେଷଜ୍ଞ ଭାବେ ବଦଳି କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *