ଓଡ଼ିଶା

ଯୁକ୍ତ ୨ ନାମଲେଖା କଟ୍ ଅଫ୍ ମାର୍କକୁ ନେଇ କେନ୍ଦୁଝର ଜିଲ୍ଲାର ଦୁଇ କଲେଜ ଚର୍ଚ୍ଚାରେ

କେନ୍ଦୁଝର, ୨ା୭(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଓଡିଶାର ବିଭିନ୍ନ ଯୁକ୍ତ ୨ କଲେଜରେ ନାମ ଲେଖା ପାଇଁ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲାର ସାଇଁକୂଳସ୍ଥିତ ପତିତପାବନ ହାୟର ସେକେଣ୍ଡାରୀ ସ୍କୁଲ ଏବଂ ସଡଙ୍ଗିସ୍ଥିତ ସଡଙ୍ଗି ହାୟର ସେକେଣ୍ଡାରୀ ସ୍କୁଲର କଟ୍ ଅଫ୍ ମାର୍କକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଯୁକ୍ତ ୨ କଳା ନାମ ଲେଖା ପାଇଁ ପତିତ ପାବନ ହାୟର ସେକେଣ୍ଡାରୀ ସ୍କୁଲର କଟ୍ ଅଫ୍ ମାର୍କ ସାରା ଓଡିଶାରେ ସର୍ବାଧିକ ୭୮.୬୭% ଯାଇଥିବାବେଳେ ସଡଙ୍ଗି ହାୟର ସେକେଣ୍ଡାରୀ ସ୍କୁଲର କଟ୍ ଅଫ୍ ମାର୍କ ୭୩.୫% ପ୍ରକାଶ ପାଇଛି। ଯାହାକି ଓଡିଶାରେ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଯୁକ୍ତ ୨ ବିଜ୍ଞାନରେ କଟ୍ ଅଫ୍ ମାର୍କ ପତିତପାବନ ମହାବିଦ୍ୟାଳୟର ସାରା ଓଡିଶାରେ ନବମ ସ୍ଥାନରେ ଅଛି। ଏହି ମହାବିଦ୍ୟାଳୟର କଟଅଫ କାର୍ମ ୮୩% ରହିଛି। କଳାରେ କେନ୍ଦୁଝର ଜିଲ୍ଲାର ୨ଟି କଲେଜ ଓଡିଶାର ନାମୀଦାମୀ ମହାବିଦ୍ୟାଳୟ ଯଥା ରେଭେନ୍ସା ଓ ବିଜେବି କଲେଜକୁ ପଛରେ ପକାଇ କେନ୍ଦୁଝରର ଦୁଇଟି କଲେଜ ପ୍ରଥମ ପର୍ଯ୍ୟାୟ କଟଅଫ ମାର୍କରେ ରହିବା ଘଟଣା ରାଜ୍ୟରେ ଆଷଳାଡନ ଖେଳାଇ ଦେଇଛି। କେନ୍ଦୁଝରର ଏହି ଦୁଇ କଲେଜ ଚଳିତବର୍ଷ ତଥା ବିଗତବର୍ଷମାନଙ୍କରେ ଯୁକ୍ତ ୨ କଳା ତଥା ବିଜ୍ଞାନରେ ଏହି କଲେଜମାନଙ୍କର ଉତ୍ତମ ଫଳକୁ ନେଇ କଟ୍ ଅଫ୍ ମାର୍କ ବଢିଥିବାର ଜଣାପଡିଛି। ଏହିପରି ବେସରକାରୀ କଲେଜରେ ଅସାଧୁ ଉପାୟ ଅବଲମ୍ବନ କରି ଛାତ୍ରଛାତ୍ରୀମାନେ ଭଲ ଫଳ ପ୍ରଦର୍ଶନ କରିବା ଯୋଗୁଁ ଏବର୍ଷର ଛାତ୍ରଛାତ୍ରୀମାନେ ଏହି ଅସାଧୁ ଉପାୟକୁ ପାଥେୟ କରି ପରୀକ୍ଷା ବୈତରଣୀ ପାର ହେବା ଆଶା କରି ଏହି କଲେଜଗୁଡିକୁ ଚଏସ କରିଥିବା ଆଲେଚନା ହେଉଛି। ଏହି ମହାବିଦ୍ୟାଳୟକୁ ପ୍ରଥମ ପସନ୍ଦ ଭାବେ ବାଛିଥିବା ଛାତ୍ରଛାତ୍ରୀମାନେ ହାଇସ୍କୁଲ ପରୀକ୍ଷାରେ ଅସାଧୁ ଉପାୟ ଯୋଗୁଁ ଅଧିକ ମାର୍କ ରଖି ପାସ କରୁଛନ୍ତି। ସେମାନେ ସରକାରୀ କଲେରେ ଅଧ୍ୟୟନ କଲେ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିନପାରି ଫଳ ଖରାପ ହେବା ଆଶଙ୍କା କରି ବେସରକାରୀ କଲେଜରେ ରାଜନୈତିକ ଚାପରେ କପି ହେଉଥିବା ମହାବିଦ୍ୟାଳୟକୁ ଅଧିକ ପସନ୍ଦ କରୁଛନ୍ତି। ବର୍ତ୍ତମାନର ଗଣଶିକ୍ଷାମନ୍ତ୍ରୀ ରାଜ୍ୟରେ ହାଇସ୍କୁଲ ଏବଂ +୨ ପରୀକ୍ଷା ଏଠାରେ ଶୃଙ୍ଖଳିତ ଏବଂ କପିମୁକ୍ତ କରିବା ପାଇଁ ବ୍ୟାପକ ପଦକ୍ଷେପ ନେଉଛନ୍ତି। ମାତ୍ର କେନ୍ଦୁଝର ଜିଳ୍ଲାର ଏହି ଦୁଇ କଲେଜର ପ୍ରଥମ ପର୍ଯ୍ୟାୟ କଟଅଫ ମାର୍କରେ ଟପରେ ରହିବା ପରେ କପିମୁକ୍ତ ନେଇ ମନ୍ତ୍ରୀ ଆଗାମି ଦିନରେ କି ପଦକ୍ଷେପ ନେବେ ତାହା ଏବେ ଦେଖିବାକୁ ବାକି ରହିଲା। କେନ୍ଦୁଝର ଜିଲ୍ଲାରେ ଅନେକ କଲେଜରେ +୨ ପରୀକ୍ଷା ସମୟରେ କଲେଜଗୁଡିକୁ ଅନ୍ୟ କଲେଜରୁ ଅବଜରଭର ଯାଉଥିଲେ ମଧ୍ୟ ଭୟରେ ସେମାନେ ହାତବାନ୍ଧି ବସୁଛନ୍ତି। ଫଳରେ ଅସାଧୁ ଉପାୟର ମାତ୍ରା ବହୁ ପରିମାଣରେ ବଢିଚାଲିଛି। ବର୍ତ୍ତମାନ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯିବ ବୋଲି ଘୋଷଣା କରିବା ପରିପ୍ରେକ୍ଷୀରେ କେନ୍ଦୁଝରର ଏହି ଦୁଇ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ’ଣ ହେବ ଜଳଜଳ ଦେଖାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top