ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶିତ; କୋରାପୁଟ ସରକାରୀ କଲେଜର କଳାରେ ୧୮୦ ଓ ବାଣିଜ୍ୟରେ ୬୭ ଜଣ ଛାତ୍ରଛାତ୍ରୀ ପାସ

କୋରାପୁଟ ୦୯-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଯାଇଛି।କୋରାପୁଟ ସରକାରୀ କଲେଜର ୨୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷ ଦେଇଥିବା ବେଳେ ୧୮୦ ଜଣ ପାସ କରିଥିବା ଅଧ୍ୟକ୍ଷା ଜି.ଟି.ସାମନ୍ତରାୟ ସୂଚନା ଦେଇଛନ୍ତି। ରାଜ୍ୟରେ କଳାରେ ପାସହାର ୬୮.୭୯ ପ୍ରତିଶତ ରହିଥିବା ବେଲେ କୋରାପୁଟ ସରକାରୀ କଲେଜର ପାସହାର ୮୨ ପ୍ରତିଶତ ରହିଥିବା ଜଣାପଡିଛି।୨୪ ଜଣ ପ୍ରଥମ, ୪୩ ଜଣ ୨ ୟ ଓ ୧୧୩ ଜଣ ୩ ୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ଜଣାପଡିଛି।ବାଣିଜ୍ୟରେ ୧୧୦ ଜଣ ପରୀକ୍ଷା ଦେଇଥିବା ବେଳେ ୬୭ ଜଣ ପାସ କରିଥିବା ସେ ସୂଚନା ଦେଇଥିଲେ।୨ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୮ ଜଣ ୨ୟ ଓ ୫୭ ଜଣ ୩ୟ ଶ୍ରେଣୀରେ ପାସ କରିଥିବା ସେ ପ୍ରକାଶ କରିଥିଲେ।ଯୁକ୍ତ ଦୁଇ ବିଜ୍ଞାନରେ ୪୫ ପ୍ରତିଶତ ପାସ କରିଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *