କୋରାପୁଟ

ଯୁକ୍ତଦୁଇ ବିଜ୍ଞାନ ଫଳ ପ୍ରକାଶିତ : କୋରାପୁଟ ସରକାରୀ କଲେଜରେ ୪୫.୪୧ ପ୍ରତିଶତ ଛାତ୍ରଛାତ୍ରୀ ପାସ

କୋରାପୁଟ ; ତା୧୯-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତଯୁକ୍ତଦୁଇ ବିଜ୍ଞାନ ଫଳ ପ୍ରକାଶିତ ହୋଇଯାଇଛି।କୋରାପୁଟ ସରକାରୀ କଲେଜରେ ୪୫.୪୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ଅଧ୍ୟକ୍ଷା ଜି.ଟି.ସାମାନ୍ତରାୟ ସୂଚନା ଦେଇଛନ୍ତି।ଚଳିତ ବର୍ଷ ସରକାରୀ କଲେଜର ୨୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ତନ୍ମଧ୍ୟରୁ ୯୩ ଜଣ ପାସ କରିଥିବା ବେଳେ ୧୧୪ ଜଣ ଫେଲ ହୋଇଥିବା ସେ ସୂଚନା ଦେଇଥିଲେ।ପାସ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୮ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୨୭ ଜଣ ୨ ୟ ଓ ୫୮ ଜଣ ୩ୟ ଶ୍ରେଣୀରେ ଉର୍ତିଣ ହୋଇଥିବା ସେ ସୂଚନା ଦେଇଥିଲେ।କୋରାପୁଟ ସରକାରୀ କଲେଜରେ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ କାହିଁକି ପାସ ହାର ହ୍ରାସ ପାଉଛି ତାହା ଚିନ୍ତାର କାରଣ ହୋଇପଡିଛି।ରାଜ୍ୟର ମଙ୍ଗଳ ବିଭାଗ ମାଟ୍ରିକ ଫଳାଫଳକୁ ନେଇ ସଂପୂକ୍ତ ସ୍କୁଲର ଶିକ୍ଷକ ଉତରଦାୟୀ ରହୁଥିବା ବେଳେ କଲେଜ କ୍ଷେତ୍ରରେ ମଧ୍ୟ ଉତରଦାୟୀ କରାଗଲେ ଫଳାଫଳରେ ଉନ୍ନିତ ଆସିବ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top