ଓଡ଼ିଶା

“ଯାହାର ରକ୍ଷକ ରାଇଜ ସାଆନ୍ତ, ସେ ହେଉଛନ୍ତି ବିଜେଡି ବିଧାୟକ ବଳବନ୍ତ ଓ ଧଳସାମନ୍ତ”: ବିଜେପି

ଶାସକ ଦଳ ବିଧାୟକଙ୍କ ଡି-ଲିଙ୍କ ସହ ବ୍ୟବସାୟୀକ ସଂପର୍କ ଏବଂ ଇଡି ଜେରା ପ୍ରସଙ୍ଗରେ

– ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ ଚାଲିଛି ଅପରାଧିକ ଷଡଯନ୍ତ୍ର
– କ୍ଷମତା ଉପଭୋଗ ପାଇଁ ସାଧାରଣ ଲୋକଙ୍କ ଅର୍ଥକୁ ଆତ୍ମସାତ୍ କରୁଥିବା ଅପରାଧୀମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି ସ୍ୱୟଂ ମୁଖ୍ୟମନ୍ତ୍ରୀ
– ପୂର୍ବରୁ ପି-ପି-ପି ମୋଡ୍ର ନେତୃତ୍ୱ ନେଉଥିଲେ ପ୍ୟାରୀ-ପିନାକୀ-ପ୍ରଭାକରନ, ବର୍ତମାନ ପ୍ରଣବ-ପାଣ୍ଡିଆନ-ପ୍ରତାପ
– ମାତ୍ରାଧିକ ପିସି କାରବାର କାରଣରୁ ରାଜ୍ୟ ବିକାଶର ଗତିରୋଧ ହେଉଛି
– ଅପରାଧିକ କାର୍ଯ୍ୟକଳାପକୁ ଘୋଡାଇବା ପାଇଁ ଶତ ଚେଷ୍ଟା କଲେ ମଧ୍ୟ ସତ୍ୟ ସାମ୍ନାକୁ ଆସୁଛି
– ରାଜ୍ୟକୁ ଏକ ଅପରାଧିକ ଏବଂ ଦୁର୍ନୀତିଗସ୍ତ ରାଜ୍ୟ ଭାବେ ଗଢି ତୋଳିବାକୁ ଶ୍ରେଷ୍ଠ ପ୍ରଶାସକ ଶପଥ ନେଇଥିବା ଭଳି ମନେ ହେଉଛି

ଭୁବନେଶ୍ୱର, ତା ୦୫/୦୫ (ଓଡ଼ିଆ ପୁଅ) : କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ, ତା’ର କି କରିପାରେ ବଳବନ୍ତ’। କିନ୍ତୁ ରାଜ୍ୟ ପରିପ୍ରେକ୍ଷୀରେ, ‘ଯାହାର ରକ୍ଷକ ରାଇଜ ସାଆନ୍ତ, ସେ ହେଉଛନ୍ତି ବିଜେଡି ବିଧାୟକ ବଳବନ୍ତ ଓ ଧଳସାମନ୍ତ’। ଡି ଲିଙ୍କରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସଂପୃକ୍ତି ସମସ୍ତ ରାଜ୍ୟବାସୀ ଜାଣିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଜଳସେଚନ ବିଭାଗ ଏବଂ ପୂର୍ତ ବିଭାଗରେ ଡି-ଲିଙ୍କ୍ର ସଂପୃକ୍ତି ପର୍ଦ୍ଦାଫାଶ ହୋଇସାରିଛି। ଏବେ ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସଙ୍କ ସହ ବିଧାୟକ ପ୍ରବଣ ବଳବନ୍ତରାୟଙ୍କ ସଂପର୍କ ଏବଂ ଇଡି ତରଫରୁ ସମନ ଜାରି ହେବା, ଦୁର୍ନିତୀଗସ୍ତ ଶାସକ ବିଜେଡିର ଅସଲି ମୁଖା ଖୋଲି ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ ଚାଲିଛି ଅପରାଧିକ ଷଡଯନ୍ତ୍ର ଏବଂ ଅପରାଧିକୁ ଖୋଦ୍ ମୁଖ୍ୟମନ୍ତ୍ରୀ ସୁରକ୍ଷା ଯୋଗାଇ ଚାଲିଛନ୍ତି। ବହୁରୂପୀ ଏଣ୍ଡୁଅ ପରି ମୁଖ୍ୟମନ୍ତ୍ରୀ ବି ନିଜ ରଂଗ ଘଡି ଦେଖି ବଦଳାଉଛନ୍ତି। ଅପରାଧିକମାନଙ୍କୁ ସୁରକ୍ଷା ଦେବା ଏବଂ ପରେ ନିର୍ମଳ ଭାବମୂର୍ତିକୁ ଗଣମାଧ୍ୟମ ଆଗରେ ଦେଖାଇ କିଛି ଦିନ ପାଇଁ ପ୍ରାୟୋଜିତ କାର୍ଯ୍ୟାନୁଷ୍ଠାନ ନେବା କେବଳ ଧର୍ମକୁ ଆଖି ଠାର ସଦୃଶ୍ୟ ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ୧୮ ବର୍ଷ ନିରୁଙ୍କଶ ଶାସନ ମଧ୍ୟରେ ଶାସକ ବିଜେଡିର ଅନେକ ବିଧାୟକଙ୍କର ଅପରାଧିକ ସଂପୃକ୍ତି ରହିଛି। ପୂର୍ବରୁ ମିଥ୍ୟା ସତ୍ୟପାଠ ଦେଇ ଏକାଧିକ ସରକାରୀ ପ୍ଲଟ ହାତେଇଥିଲେ ବଳବନ୍ତରାୟଙ୍କ ପରିବାର। ସେହିପରି ୨୦୧୪ ମସିହାରେ ଚିଟ୍ଫଣ୍ଡ କମ୍ପାନୀ ଏଟି ଗ୍ରୁପ ଲିଙ୍କ ସନ୍ଦେହରେ ସିବିଆଇ ତାଙ୍କୁ ଜେରା କରିଥିଲା। ଏହା ସତ୍ୱେ ବି ନିଜକୁ ସ୍ୱଚ୍ଛ ବୋଲାଉଥିବା ମୁଖ୍ୟମନ୍ତ୍ରୀ ତାଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ସୁରକ୍ଷା ଯୋଗାଇ ଆସୁଛନ୍ତି। ପୂର୍ବରୁ ସିସୋର ଚିଟଫଣ୍ଡରେ ବିଧାୟକ ପ୍ରଭାତ ବିଶ୍ୱାଳ, ଏଟି ଗ୍ରୁପ ଚିଟଫଣ୍ଡ ସଂସ୍ଥାରେ ଲିଙ୍କ୍ ଥିବା ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ନବଦିଗନ୍ତ ଚିଟ୍ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ସାଂସଦ ରାମଚନ୍ଦ୍ର ହାଂସଦା ପ୍ରମୁଖ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି। ଡି-ଲିଙ୍କ ସଂପର୍କ ଅଭିଯୋଗରେ ପୂର୍ବରୁ ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳ ଗିରଫ ହୋଇ ଜେଲରେ ଅଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି କି କେବଳ କ୍ଷମତା ଉପଭୋଗ ପାଇଁ ସାଧାରଣ ଲୋକଙ୍କ ଅର୍ଥକୁ ଆତ୍ମସାତ୍ କରୁଥିବା ଅପରାଧୀମାନଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଯୋଗାଇ ଆସୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଶାସନ ‘ପି-ପି-ପି’ ମୋଡରେ ଚାଲିଛି। ଏହି ‘ପି-ପି-ପି’ ମୋଡ୍ରେ ପୂର୍ବରୁ ପ୍ୟାରୀ, ପିନାକୀ ଏବଂ ପ୍ରଭାକରନଙ୍କ ଦବ୍ଦବାରେ ଥିବାବେଳେ ବର୍ତମାନ ଏହି ମୋଡ୍ଟି ସଂପୂର୍ଣ୍ଣ ଭାବେ ପ୍ରଣବ ଦାସ, ପ୍ରତାପ ଦେବ ଏବଂ ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ରହିଛି। ଶାସକ ଭକ୍ଷକ ସାଜିଲେ, ରାଜ୍ୟ ଓ ରାଜ୍ୟବାସୀଙ୍କ ଭାଗ୍ୟ ସଂପୂର୍ଣ୍ଣ ଅନ୍ଧକାର ହୋଇଥାଏ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସତ କହିବାର ଯଦି ସତ୍ ସାହାସ ନାହିଁ, ଅତ୍ୟନ୍ତ ମିଛ କହି ରାଜ୍ୟବାସୀଙ୍କୁ ଆଉ ବିଭ୍ରାନ୍ତ କରନ୍ତୁ ନାହିଁ। କେତେ ଦିନ ଏଭଳି ମିଛ କହି ମୁଖ୍ୟମନ୍ତ୍ରୀ ନିଜର ନୈତିକ ଦାୟୀତ୍ୱରୁ ଦୁରେଇ ରହିବେ ? ଦୀର୍ଘ ୧୮ ବର୍ଷ ଧରି ନିରୁଙ୍କଶ ଶାସନ କ୍ଷମତା ଉପଭୋଗ କରିଥିବା ଅହଂକାରୀ ଏବଂ ଦୁର୍ନୀତିଖୋର ଶାସକ ବିଜେଡିର ଅପରାଧିକ ଚେହେରା ଏବେ ଲୋକଲୋଚନକୁ ଆସିଛି। ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଅହିଂସାକୁ ସ୍ଥାନ ଦେବାକୁ କହୁଥିବା ମୁଖ୍ୟମନ୍ତ୍ରୀ ନିଜେ ହିଂସା ଏବଂ ଅପରାଧର ସାମ୍ରାଜ୍ୟ ବିସ୍ତାର କରି ଅପରାଧିମାନଙ୍କୁ ପ୍ରତ୍ୟକ୍ଷ ସୁରକ୍ଷା ଯୋଗାଇ ଦେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରାଜ୍ୟସରକାରଙ୍କ ପୂର୍ତ ବିଭାଗ ଓ ଜଳସେଚନ ବିଭାଗ ଦୁର୍ନୀତିର ଗନ୍ତାଘର ସାଜିଛି। ଟେଣ୍ଡର ଫିକ୍ସିଂରେ ଗ୍ୟାଙ୍ଗଷ୍ଠାର ସହ ଶାସକ ବିଜେଡିର ବହୁ ବିଧାୟକ, ମନ୍ତ୍ରୀ ଓ ନେତୃବୃନ୍ଦଙ୍କ ସଂପୃକ୍ତି କାରଣରୁ ଅତୀତରେ ଜଘନ୍ୟ ହିଂସାକାଣ୍ଡ ଘଟିଥିବାର ରାଜ୍ୟବାସୀ ଦେଖି ସାରିଛନ୍ତି। ବିଭିନ୍ନ ନିର୍ମାଣ ଓ ବିକାଶମୂଳକ କାର୍ଯ୍ୟରେ ମାତ୍ରାଧିକ ପିସି କାରବାର କାରଣରୁ ରାଜ୍ୟ ବିକାଶର ଗତିରୋଧ ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଅପରାଧିକ କାର୍ଯ୍ୟକଳାପକୁ ଘୋଡାଇବା ପାଇଁ ଶତ ଚେଷ୍ଟା କଲେ ମଧ୍ୟ ସତ୍ୟ ସାମ୍ନାକୁ ଆସୁଛି। ଶାସକ ଦଳର ସମସ୍ତ ଦୁର୍ନୀତି ଏବଂ ଅପରାଧର ଭିତିଭୁମି ସମୟ କ୍ରମେ ପର୍ଦ୍ଦାଫାଶ ହେବାରେ ଲାଗିଛି। ରାଜ୍ୟକୁ ଏକ ଅପରାଧିକ ଏବଂ ଦୁର୍ନୀତିଗସ୍ତ ରାଜ୍ୟ ଭାବେ ଗଢି ତୋଳିବାକୁ ଶ୍ରେଷ୍ଠ ପ୍ରଶାସକ ଶପଥ ନେଇଥିବା ଭଳି ମନେ ହେଉଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top