ଜିଲ୍ଲା ପରିକ୍ରମା

ଯାଦବ ମହାସଭା ପକ୍ଷରୁ ଚାରାରୋପଣ ଓ ସଫେଇ

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଧାମନଗର ବ୍ଲକ ଯାଦବ ମହାସଭାର ଏକ ବୈଠକ, ଚାରା ରୋପଣ ଓ ସଫେଇ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଧାମନଗରସ୍ଥିତ ମୁରଲୀମନୋହର ପୀଠସ୍ଥଳରେ ଏକ ବୈଠକରେ ମହାସଭାର ବ୍ଲକ ସଭାପତି ସୁବାସ ଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲାସ୍ତରୀୟ ନନ୍ଦ ଉତ୍ସବ ପାଳନ ସଂପର୍କରେ ଆଲୋଚନା କରାଯାଇଥିଲା । ବ୍ଲକରୁ ପ୍ରାୟ ପାଞ୍ଚଶହ ଯାଦବ ଭାଇ ଭଉଣୀ ମାନେ ଏହି ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ପରେ ମୁରଲୀମନୋହର ପୀଠରେ ମହାସଭା ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ବଜାର ଓ ଗ୍ରାମ ସଫେଇ ମଧ୍ୟ କରାଯାଇଥିଲା । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଅନିଲ କୁମାର ବାରିକ ଉଦେ୍ଦଶ୍ୟ ଜ୍ଞାପନ କରିଥିବା ବେଳେ କ୍ଷେତ୍ରବାସୀ ବାରିକ, ବଟକୃଷ୍ଣ ବାରିକ, ଅବିନାଶ ଲେଙ୍କା, ସୁକଦେବ ବେହେରା, ଗୌରାଙ୍ଗ ଖିଲାର, ହେମନ୍ତ ଖିଲାର, ମାଧବାନନ୍ଦ ଖଟୁଆ, ରବୀନ୍ଦ୍ର ଦାସ, ଲଲାଟେନ୍ଦୁ ଦାସ, ଅଭିଜିତ ଖୁଣ୍ଟିଆ, ରଥିନ୍ଦ୍ର ପଲାଇ, ଆନନ୍ଦ ଚନ୍ଦ୍ର ଦାସ, ଭାଗିରଥୀ ଦାସ, କାହ୍ନୁଚରଣ ଖିଲାର, ମଂନୋରଂଜନ ପରିଡା, ତପନ ଦାସ, ବୈଦ୍ୟନାଥ ବାରିକ ପ୍ରମୁଖ ଯୋଗଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top