ଓଡ଼ିଶା

ଯାତ୍ରୀବାହୀ ବସ ଧକ୍କାରେ ବାଇକ ଚାଲାକର ମୃତ୍ୟୁ

କୋରପୁଟ:୨୨/୮/୧୮(ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ଜୟପୁର ଟାଉନ ଥାନା ଅନ୍ତର୍ଗତ ହାଟପଦା ନିକଟରେ ଏକ ଯାତ୍ରୀ ବାହୀ ବସ ଧକ୍କା ଦେବାରୁ ବାଇକ ଆରହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଗତକାଲି ୧୦ଘଣ୍ଟା ସମୟରେ ମହାବାହୁ ନାମକ ଗାଡି ନମ୍ବର ଓଡ଼ି ୦୭୫୮୬୮ ବସ ଦୈନିକ ପାଡୁଆଠାରୁ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ଯାଉଥିବା ସମୟରେ ଜୟପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ଛକ ନିକଟ ହାଟପଦା ଜାତୀୟ ରାଜପଥଠାରେ ଏକ ବାଇକ ନମ୍ବର ଓଡ଼ି ୧୬୫୭ କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ବାଇକ ଆରହୀ ଜୟପୁର ସହର ନୂହାସାହିର ବାବୁଲା ପାଇକରାୟ ମୃତ୍ୟୁ ବରଣ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ ବାଇକ ଓ ଶବ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top