ଯାତ୍ରୀବାହୀ ବସ୍ ଦୁର୍ଘଟଣା: ୫୦ ରୁ ଉର୍ଦ୍ଧ୍ୱ ଆହତ: ୧୦ରୁ ଅଧିକ ଗୁରୁତର

ଭଦ୍ରକ ୮-୮ (ଓଡ଼ିଆ ପୁଅ/ପ୍ରମୋଦ ରାୟ) ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖଏ ଆସୁଥିବା କଳ୍ପନା ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍ ଟି ଭଣ୍ଟାରୀ ପୋଖରୀ ନିକଟସ୍ଥ କହରା ପୋଖରୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍ ଦୁର୍ଘଟଣାରେ ୫୦ ଉର୍ଦ୍ଧ୍ୱ ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଖବର ମିଳିଛି। ଯାତ୍ରୀମାନଙ୍କର ଅଭିଯୋଗଯେ, ବସ୍ ର ଡ୍ରାଇଭର ର ହାତ ଖରାପ ଥିଲା। ହାତରେ ବ୍ୟାଣ୍ଡେଜ୍ ଲାଗିଥିବା ବେଳେ ବସ୍ ମାଲିକ କିପରି ଭାବରେ ଏହିପରି ଡ୍ରାଇଭରକୁ ବସ୍ ଚାଳନା କରିବା ପାଇଁ ପଠାଇଥିଲେ ସେଥିପାଇଁ ବସ୍ ମାଲିକଙ୍କୁ ଦଣ୍ଡିତ କରିବା ପାଇଁ ଯାତ୍ରୀମାନେ ଦାବି କରିଛନ୍ତି। ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଅଧିକ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ରେଫର କରାଯାଇଛି। ହସ୍ପିଟାଲରେ ଡେପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା ଏବଂ ତହସିଲ୍ ଦାର ପ୍ରଦୀପ୍ତ ସାହୁ ପହଁଞ୍ଚି ଆହତ ମାନଙ୍କର ଚିକିତ୍ସାର ତଦାରଖ କରୁଛନ୍ତି।

 

Leave a Reply

Your email address will not be published. Required fields are marked *