ଯାତ୍ରୀଙ୍କ ଶରୀରରୁ ଆସୁଥିବା ଦୁର୍ଗନ୍ଧ ଯୋଗୁଁ ବିମାନର ଜରୁରୀ ଅବତରଣ!

ମେଲବର୍ଣ୍ଣ : ୩ ଜୁନ୍ (ଓଡ଼ିଆ ପୁଅ/ଗୌରବ ଦାସ) ସତରେ କ’ଣ ଶରୀରର ଦୁର୍ଗନ୍ଧ କୌଣସି ଅସୁବିଧାର କାରଣ ହୋଇପାରେ? ପୁଣି ଯେଉଁଥି ଲାଗି ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିବ! କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିକଟରେ ଟ୍ରାନ୍ସିଭିୟା ଏୟାର ଲାଇନ୍ସର ଏକ ବିମାନରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା। ନେଦରଲ୍ୟାଣ୍ଡର ଶିଫାଲ୍‌ ବିମାନବନ୍ଦରରୁ ସ୍ପେନ୍‌ ଯାଉଥିବା ବିମାନରେ ଜଣେ ଯାତ୍ରୀଙ୍କ ଶରୀରରୁ ଆସୁଥିବା ଦୁର୍ଗନ୍ଧ ପାଇଁ ଅନ୍ୟ ଯାତ୍ରୀଙ୍କ ଲାଗି ଅସହ୍ୟ ହୋଇଥିଲା। ସେମାନେ ବାନ୍ତି କରିବାକୁ ଲାଗିଥିଲେ। ବହୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। କିଛି ଯାତ୍ରୀ ବାନ୍ତି କରିବା ସହ ଅଚେତ ମଧ୍ୟ ହୋଇ ଯାଇଥିଲେ। ଶେଷକୁ ବାଧ୍ୟ ହୋଇ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା।

Leave a Reply

Your email address will not be published. Required fields are marked *